ଜାତୀୟ

ନୂପୁର ଶର୍ମାଙ୍କ ଜିଭ କାଟି ଆଣିଲେ ମିଳିବ କୋଟିଏ ଟଙ୍କା ପୁରସ୍କାର, ଭୀମ ସେନାର ଘୋଷଣା

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କ ପୈଗମ୍ବର ମହମ୍ମଦଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ବିବାଦ ଥମିବାର ନାଁ ଧରୁନାହିଁ। ଏହି ବିବାଦରେ ଏବେ ଭୀମ ସେନା ଡେଇଁ ପଡିଛି। ଭୀମ ସେନା ମୁଖ୍ୟ ନଓ୍ଵାବ ସତପାଲ ତନଓ୍ଵର ବୁଧବାର ନୂପୁର ଶର୍ମାଙ୍କ ଜିଭ କାଟି ଆଣିଲେ ଏକ କୋଟି ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି। କାନପୁର ହିଂସାରେ ନୂପୁର ଶର୍ମା ମାଷ୍ଟର ମାଇଣ୍ଡ ହୋଇଥିବା ଅଭିଯୋଗ କରିଛି ଭୀମ ସେନା।

ଭୀମ ସେନାର ସଂସ୍ଥାପକ ତଥା ରାଷ୍ଟ୍ରୀୟ ଅଧ୍ୟକ୍ଷ ନଓ୍ଵାବ ସତପାଲ ତନଓ୍ଵର ଅଭିଯୋଗ କରିଛନ୍ତି ଯେ, ନୂପୁର ଶର୍ମା ନବିଙ୍କ ଅପମାନ କରିଛନ୍ତି। ଏଥିରେ କୋଟି କୋଟି ମୁସଲିମ ସମୁଦାୟ ମର୍ମାହତ। ସେ ଅଭିଯୋଗ କରିଛନ୍ତି, ମୋଦୀ ସରକାର ଜାଣି ଶୁଣି ନୂପୁର ଶର୍ମାଙ୍କୁ ଗିରଫ କରୁ ନାହିଁ। ତନଓ୍ଵର ଯୋଗୀ ସରକାରଙ୍କ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଘଟଣାର ମାଷ୍ଟର ମାଇଣ୍ଡ ନୂପୁର ଶର୍ମା ହୋଇଥିଲେ ମଧ୍ୟ ଯୋଗୀ ସରକାର ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ନୂପୁର ଶର୍ମାଙ୍କ ପରି ନେତାଙ୍କୁ ସମାଜରେ ରହିବାର କୌଣସି ଅଧିକାର ନାହିଁ। ତାଙ୍କୁ ତୁରନ୍ତ ଜେଲ୍ ପଠାଇ ଦେବା ଉଚିତ୍ କିମ୍ବା ଦେଶରୁ ବହିଷ୍କାର କରାଯିବା ଉଚିତ୍। ନୂପୁରଙ୍କ ଲଜ୍ଜାଜନକ ବୟାନ ପାଇଁ ଆଜି ଭାରତ ପୂରା ଦୁନିଆରେ ବଦନାମ ହୋଇଥିବା ଭୀମ ସେନା ମୁଖ୍ୟ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com