ଓଡ଼ିଶାଜୀବନଶୈଳୀଶିକ୍ଷା

ବୁଗୁଡା ବ୍ଲକର ଦୁଇ ବିଦ୍ୟାଳୟରେ ପୋଷାକ ଓ ଜୋତା ବଣ୍ଟନ

ବ୍ରହ୍ମପୁର, ୩୦/୦୮/୨୦୨୨-  ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ କାନସୁକା ନୋଡ଼ାଲ ଉଚ୍ଚ ପ୍ରାଥମିକ ଏବଂ ବି.ବୋରଦା ପ୍ରାଥମିକ ବିଦ୍ୟାଳୟରେ ପୋଷାକ ଓ ଜୋତା ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ବୁଗୁଡା ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ଉଦଘାଟନ କରିଥିଲେ । ପ୍ରଧାନ ଶିକ୍ଷକ ରବୀନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ  ସିଆରସିସି ମାନସ ରଞ୍ଜନ ସେଠୀ ଓ ଏସଏମସି ସଭାପତି ବସନ୍ତ କୁମାର ଭୂୟାଁ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ ।

ଅତିଥି ବୃନ୍ଦ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପୋଷାକ ଓ ଜୋତା ବଣ୍ଟନ କରିଥିଲେ । ସହକାରୀ ଶିକ୍ଷକ ବିନାୟକ ନାୟକ, ଏ.ସତ୍ୟନାରାୟଣ ରାଓ, ସିନୁ ପାତ୍ର ଓ ପ୍ରଶାନ୍ତ କୁମାର ରଥ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସେହିପରି ବେଠିଆ ବୋରଦା ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ପୋଷାକ ଓ ଜୋତା ବଣ୍ଟନ ମେଳାକୁ ବୁଗୁଡା ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ମଧ୍ୟ ଉଦଘାଟନ କରିଥିବା ବେଳେ ୪୨ ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com