ଖଲ୍ଲିକୋଟ ରାଣୀଙ୍କ ଜନ୍ମ ଦିବସ, କେକ୍ କାଟିବା ସହ ଛାତ୍ରଛାତ୍ରୀଙ୍କୁ କାକରା ପିଠା ବଣ୍ଟନ

ବେଗୁନିଆପଡ଼ା, ୦୮/୦୮/୨୦୨୨- ଖଲ୍ଲିକୋଟ ରାଣୀ ଭି ସୁଜ୍ଞାନ କୁମାରୀ ଦେଓଙ୍କ ୮୫ ତମ ଜନ୍ମ ଦିବସ ଅବସରରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ ହୋଇଯାଇଛି ଜନ୍ମ ଦିବସ। ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଠାରେ ରାଣୀ ମାକଂ ସମର୍ଥକ ମାନେ କେକ୍ କାଟି ରାଣୀ ମାକୁଂ ଅଭିନନ୍ଦନ ଜଣାଇବା ସହ ଦୀର୍ଘାୟୁ କାମନା କରିଛନ୍ତି। କେ ବରିଡ଼ା ସମିତି ସଭ୍ୟା, ଖଣ୍ଡିଆନଈ ସମିତି ସଭ୍ୟାକଂ ସମେତ ବରିଷ୍ଠ ପୁରୁଖା ନେତା ସନ୍ତୋଷ କୁମାର ପାଣିଗ୍ରାହୀ, ଯୁବନେତା ଦୀନେଶ କୁମାର ମହାରଣା, ଲିଂଗରାଜ ପଣ୍ଡାଙ୍କ ସମେତ ବହୁ ଯୁବ କର୍ମକର୍ତ୍ତା, ମହିଳା ଗୋଷ୍ଠୀ ସଦସ୍ୟମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।
ସେହିପରି ବେଗୁନିଆପଡ଼ା ସ୍ଥିତ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲାମାନଙ୍କୁ କାକେରା ପିଠା ବଣ୍ଟନ କରି ଭିନ୍ନ ଢଙ୍ଗରେ ପାଳନ ହୋଇଛି ରାଣୀ ସାହେବାକଂ ଜନ୍ମ ଦିବସ। ବିଦ୍ୟାଳୟର ୪୦୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀଙ୍କ ପାଇଁ କାକେରା ପିଠା ପ୍ରସ୍ତୁତ କରିଥିଲେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ନେତ୍ରୀ ଛାୟାବତୀ ବେହେରା ଏବଂ ପିଙ୍କି ରାଉତ। ଛାତ୍ର ଛାତ୍ରୀ ମାନଙ୍କୁ କାକେରା ପିଠା ବାଣ୍ଟି ରାଣୀ ମାକଂ ଉତ୍ତମ ସ୍ବାସ୍ଥ୍ୟ ସହ ଦୀର୍ଘାୟୁ କାମନା କରିଛନ୍ତି ମହିଳା ଗୋଷ୍ଠୀ। ଏଥିରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳର ଅପ୍ରତିଦ୍ବନ୍ଦୀ ନେତ୍ରୀ ରାଣୀ ମାକଂ ୮୫ ତମ ଜନ୍ମ ଦିବସରେ ତାଙ୍କର ସୁସ୍ଥ ଓ ନିରାମୟ ଜୀବନ କାମନା କରି ଖୁସିରେ ପିଲାଙ୍କୁ ମିଠେଇ ବଣ୍ଟନ କରାଯାଇଥିଲା। ଏହାପରେ ବେଗୁନିଆପଡ଼ା ସ୍ଥିତ ଡାଇମଣ୍ଡ ଉତ୍ପାଦକ ଗୋଷ୍ଠୀ କେନ୍ଦ୍ର ଠାରେ ବହୁ ବ୍ଯକ୍ତି ବିଶେଷଙ୍କ ଉପସ୍ଥିତରେ କେକ୍ କଟାଯାଇ ଜନ୍ମ ଦିବସ ପାଳନ କରାଯାଇଛି।