![](https://i0.wp.com/odia.mobilenews24x7.com/wp-content/uploads/2022/09/purusottampur-nac-swayatsasan-dibas.jpg?resize=768%2C347&ssl=1)
ପୁରୁଷୋତ୍ତମପୁର, ୦୧/୦୯/୨୦୨୨- ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପକ୍ଷରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ବୁଧବାର ସକାଳେ ପରିଷଦର ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ ଏବଂ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟ ମଣି ବୈଦ୍ୟ ମିଳିତ ଭାବେ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିଥିଲେ । ଏହା ସ୍ୱାୟତ୍ତ ଶାସନ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।
ଏହା ବ୍ୟତୀତ ପରିଷଦର ଉନ୍ନୟନ କାର୍ଯ୍ୟ ଗୁଡିକର ଉଦ୍ଘାଟନ କରିବା ସହିତ ସଫେଇ କର୍ମଚାରୀ ମାନଙ୍କୁ ପରିଷଦ ପକ୍ଷରୁ ପୋଷାକ ଓ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ମାନଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା । ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉପ ନଗରପାଳ କୃଷ୍ଣ ଚନ୍ଦ୍ର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ ।
ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଛାତ୍ରଛାତ୍ରୀ ଓ ଅନ୍ୟ ମାନଙ୍କୁ କପ୍ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ଶେଷରେ କାଉନସିଲର ଭାସ୍କର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l ପରିଷଦର ସମସ୍ତ ସଭ୍ୟସଭ୍ୟା, ଏନଏସି ସମସ୍ତ କର୍ମଚାରୀ ଏହି ଉତ୍ସବରେ ଉପସ୍ଥିତ ଥିଲେ l