ଐତିହ୍ୟ ଓ ସଂସ୍କୃତିଜାତୀୟ
ପୁଣି ଭେଣ୍ଟିଲେଟରକୁ ଗଲେ ରାଜୁ ଶ୍ରୀବାସ୍ତବ
![](https://i0.wp.com/odia.mobilenews24x7.com/wp-content/uploads/2022/09/187005714-comedian-raju-srivastav-health-condition-critical-ventilator-support-...boldksy-entertainment.jpg?resize=696%2C450&ssl=1)
ଦିଲ୍ଲୀ ୦୧-୦୮ ମଙ୍ଗଳବାର ଅଳ୍ପ ସମୟ ପାଇଁ ରାଜୁ ଶ୍ରୀବାସ୍ତବଙ୍କୁ ଭେଣ୍ଟିଲେଟରରୁ କଢ଼ାଯାଇଥିଲା । କିନ୍ତୁ ୧୦୦ ଡିଗ୍ରୀ ଜ୍ୱର ଆସିବାରୁ ପୁଣିଥରେ ଭେଣ୍ଟିଲେଟରକୁ ନିଆଯାଇଛି । ଯଦିଓ ରାଜୁ ଶ୍ରୀବାସ୍ତବଙ୍କ ହାର୍ଟ ବିଟ୍, ବିପି ଓ ଅକ୍ସିଜେନ୍ ଲେବଲ ଏବେ ନର୍ମାଲ ରହିଛି ତଥାପି ଡାକ୍ତର ମାନେ ରିକ୍ସ ନେବା ପାଇଁ ଚାହୁଁନାହାନ୍ତି । ତାଙ୍କ ହାତଗୋଡ଼ର ହଲଚଲ ସାମାନ୍ୟ ବଢ଼ିଛି । ରାଜୁ ନିଜେ ୮୦/୯୦ ପ୍ରତିଶତ ପ୍ରାକୃତିକ ଅମ୍ଳଜାନ ଗ୍ରହଣ କରୁଛନ୍ତି । ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟ ଉପରେ ଲଗାତାର ନଜର ରଖିଛନ୍ତି । ଅଗଷ୍ଟ ୨୫ରେ ରାଜୁ ଶ୍ରୀବାସ୍ତବଙ୍କୁ ହୋଶ୍ ଆସିଥିଲା । ହେଲେ ଏମ୍ସରେ ଭର୍ତ୍ତି ହେବା ପରଠାରୁ ସେ ହୋଶ୍ରେ ନ ଥିଲେ। ଅଗଷ୍ଟ ୯ରେ ରାଜୁ ଶ୍ରୀବାସ୍ତବ ଦିଲ୍ଲୀରେ ଏକ ହୋଟେଲରେ ରହିଥିଲେ। ଏହି ସମୟରେ ସେ ହୋଟେଲ ଜିମ୍ରେ ଓ୍ୱାର୍କଆଉଟ କରୁଥିବା ବେଳେ ଅଚାନକ୍ ତାଙ୍କୁ ହାର୍ଟ ଆଟାକ୍ ଆସିଥିଲା । ଏହାପରେ ରାଜୁଙ୍କୁ ସଙ୍ଗେ ସଙ୍ଗେ ଦିଲ୍ଲୀର ଏମ୍ସ ହସ୍ପିଟାଲ କୁ ନିଆଯାଇଥିଲା ।