ଓଡ଼ିଶା
ଏଥର ଧୁମ୍ଧାମ୍ରେ ପାଳନ ହେଉଛି ନୂଆଁଖାଇ
ସମ୍ବଲପୁର ,୦୧/୦୯/୨୦୨୨- ଉଠୁଛି ପଡୁଛି ପୁରା ପଶ୍ଚିମ ଓଡିଶା । ନୂଆଁଖାଇ ପାଇଁ ଏଥର ନାହିଁ ନଥିବା ଉତ୍ସାହ । ମାଆ ସମଲେଶ୍ୱରୀଙ୍କ ନବାନ୍ନ ଲାଗି ପାଇଁ ରହିଛି ନୂଆ ଧାନ, କୁରେଇ ପତ୍ର, ପଂଚାମୃତ, ଚୁଡି, ଗହଣା, ଶାଢ଼ି ଆଉ ପନିପରିବା । ମାଆ ସମଲେଶ୍ୱରୀଙ୍କ ସମେତ ସବୁ ଦେବଦେବୀଙ୍କ ମନ୍ଦିରକୁ ଯାଇଛି ପାହୁର ଭାର ।
ପରମ୍ପରା ଅନୁସାରେ ଆଜି ମନ୍ଦିରରେ ଥିବା ପାର୍ଶ୍ୱ ଦେବଦେବୀଙ୍କୁ ସିନ୍ଦୁର ଲେପ ଦିଆଯାଇଛି । ମାଆଙ୍କ ଅଳଙ୍କାରଗୁଡିକୁ ସଫା କରାଯାଇ ପିନ୍ଧା ଯାଇଛି । ନୂଆଁଖାଇ ପାଇଁ ଯିଏ ଯେଉଁଠି, ଯେତେ ଦୂରରେ ଥିଲେ ବି ଗାଁକୁ ଫେରି ପରିବାର ସହ ଉତ୍ସବ ମନାଇଛନ୍ତି ।