କ୍ରୀଡ଼ା

ଭାରତ ପାଇଁ ସବୁଠୁ ବଡ ଚିନ୍ତା କ’ଣ ? ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଟିପ୍ସ ଦେଲେ ଜାହିର

ନୂଆଦିଲ୍ଲୀ: ମଙ୍ଗଳବାର ଦକ୍ଷିଣ ଆଫ୍ରିକା ସହ ତୃତୀୟ ଟି୨୦ରେ ମୁହାଁମୁହିଁ ହେବ ଭାରତ । ପ୍ରଥମ ଦୁଇଟି ମ୍ୟାଚ୍ ହାରି ବ୍ୟାକଫୁଟରେ ଅଛି ଟିମ୍ ଇଣ୍ଡିଆ । ଆଜିର ମ୍ୟାଚ୍ ହାରିଲେ ଦଳ ହାତରୁ ସିରିଜ୍ ମଧ୍ୟ ଚାଲିଯିବ । ଏହାମଧ୍ୟରେ ଦଳର ପୂର୍ବତନ ଦ୍ରୁତ ବୋଲର ଦକ୍ଷିଣ ଆଫ୍ରିକା ଜାହିର ଖାନ୍ ଟିମ୍ ପାଇଁ ବଡ ଚିନ୍ତା କଣ ବୋଲି କହିଛନ୍ତି ।

ଜାହିର ଖାନ୍ କହିଛନ୍ତି ଯେ, ଭାରତୀୟ ଦଳ ଅନେକ ସୁଯୋଗ ହାତଛଡା କରିଥିଲା । ଫଳରେ ହାତରୁ ବିଜୟ ଚାଲିଯାଇଥିଲା । ଭୁବନେଶ୍ୱର କୁମାର ପାଓ୍ୱାର ପ୍ଲେରେ ତିନୋଟି ଓ୍ୱିକେଟ୍ ନେଇଥିଲେ । ସେ ୧୩ ରନ୍ ଦେଇ ୪ ଓ୍ୱିକେଟ୍ ନେଇଥିଲେ । ଏହା ସତ୍ତ୍ୱେ ଦଳ ମ୍ୟାଚ୍ ଜିତିପାରିନଥିଲା । ଏହା ହେଉଛନ୍ତି ବଡ ଚିନ୍ତାର କାରଣ । କାରଣ ଭାରତ ଜିତିବା ପାଇଁ ସୁଯୋଗ ତିଆରି କରିଥିଲେ ବି ତାକୁ ଚୂଡାନ୍ତ ରୂପ ଦେଇପାରିନଥିଲା । ଏହାକୁ ଦଳ ସୁଧାରିବାକୁ ପ୍ରୟାସ କରିବା ଜରୁରୀ ।

ସୂଚନାଯୋଗ୍ୟ, ଏହି ସିରିଜରେ ରୋହିତ ଶର୍ମା, କେଏଲ ରାହୁଲ ଓ ବିରାଟ କୋହଲିଙ୍କ ଭଳି ପ୍ଲେୟାର ଖେଳୁ ନାହାଁନ୍ତି । ଦ୍ରୁତ ବୋଲର ଜସପ୍ରିତ ବୁମରାହ ମଧ୍ୟ ଦଳରେ ନାହାଁନ୍ତି ।

ଏଭେ ଦଳ ଦୁଇଟି ମ୍ୟାଚ୍ ହାରି ୨-୦ରେ ପଛୁଆ ରହିଛି । ତେଣୁ ଦଳକୁ ଯେପରି ହେଲେ ତୃତୀୟ ଟି୨୦ ଜିତିବାକୁ ହେବ । ଦଳ ଚୂଡାନ୍ତ ଏକାଦଳରେ କିଛି ପରବର୍ତ୍ତନ କରିପାରେ ବୋଲି ମଧ୍ୟ ସୂଚନା ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com