ଐତିହ୍ୟ ଓ ସଂସ୍କୃତି

ଆସିଲା ଅମିତାଭଙ୍କ କୋଭିଡ ପରୀକ୍ଷା ରିପୋର୍ଟ

ମୁମ୍ବାଇ ୨।୯ ;  ଅମିତାଭ ବଚ୍ଚନ ୯ ଦିନ ଆଇସୋଲେସନରେ ବିତେଇବା ପରେ ଶେଷରେ କାମକୁ ଫେରିଛନ୍ତି । ୭୯ ବର୍ଷ ବୟଷ୍କ ଅଭିନେତା ଦ୍ୱିତୀୟବାର କୋଭିଡରେ ଆକ୍ରାନ୍ତ ହୋଇଥିଲେ । ଅମିତାଭ ଆଜିକାଲି କ୍ୱିଜ୍ ସୋ ‘କୌନ ବନେଗା କରୋଡ ପତି’ ସିଜିନ ୧୪କୁ ଉପସ୍ଥାପନା କରୁଛନ୍ତି । ଅମିତାଭଙ୍କ କୋଭିଡ ପରୀକ୍ଷଣ ରିପୋର୍ଟ ପଜିଟିଭ ଆସିବା ମାତ୍ରେ ସେ ନିଜକୁ ପ୍ରଥମେ ହୋମ କ୍ୱାରେଣ୍ଟାଇନ କରିଥିଲେ । ଏବେ ଅମିତାଭଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ସେ ଏହାର ଅପଡେଟ୍ ଦେବା ସହ କାମକୁ ଫେରୁଥିବାର ସୂଚିତ କରିଛନ୍ତି । ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ । ସେ ତାଙ୍କର ଟିକିନିଖି ଖବର ଟ୍ୱିଟର ଓ ବ୍ଲଗରରେ ଉଲ୍ଲେଖ କରନ୍ତି । ସେ ନିଜର ସୁସ୍ଥ ହେବା ଖବର ମଧ୍ୟ ବ୍ଲଗରରେ ଦେଇଛନ୍ତି । ବିଗ-ବି କୋଭିଡ ମୁକ୍ତ ହେବା ଖବର ତାଙ୍କ ଫ୍ୟାନସ୍‌ଙ୍କୁ ଆଶ୍ୱସ୍ତ କରିଛି । ଅମିତାଭ ଗୁରୁବାର ସକାଳ ୮ଟା ବେଳେ ବ୍ୟାକ୍‌ ଟୁ ଦି ୱାର୍କ ଉଲ୍ଲେଖ କରି ଫ୍ୟାନସ୍‌ଙ୍କୁ କୃତଜ୍ଞତା ଜଣାଇଥିଲେ । ଅମିତାଭ ତାଙ୍କ ଟେଷ୍ଟିଂ ରିପୋର୍ଟ ନେଗେଟିଭ ଆସିଥିବା ଓ ୯ ଦିନର ଆଇସୋଲେସନ ସରିଥିବା ଉଲ୍ଲେଖ କରିଛନ୍ତି । ତେବେ ଆଇସୋଲେସନ ୭ ଦିନର ହେଲେ ବିଗ-ବି ଅଧିକ ଦୁଇ ଦିନ ଏକାନ୍ତବାସରେ ଥିଲେ । ଅମିତାଭ ବଚ୍ଚନ ଆଜିକାଲି କୌନ ବନେଗା କରୋଡପତି ସିଜନ୧୪ର ଉପସ୍ଥାପନ କରୁଛନ୍ତି । ପୂର୍ବ ସେସନ ମାନଙ୍କ ପରି ନୂଆ ଅଧ୍ୟାୟକୁ ମଧ୍ୟ ଅମିତାଭ ମଜାଦାର ଓ ଦମଦାର ଅନ୍ଦାଜରେ ଉପସ୍ଥାପନ କରୁଛନ୍ତି। ଆଇସୋଲେସନରେ ଥିବା ବେଳେ ସେ ସୁଟିଂ ସେଟ୍‌କୁ ମିସ୍ କରୁଥିବା ଟ୍ୱିଟ୍‌ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com