ଓଡ଼ିଶା

ସାତକୋଶିଆରୁ ମିଳିଲା ଦନ୍ତାହାତୀର କଙ୍କାଳ : ଦୁଇ ନିଲମ୍ବିତ

ଅନୁଗୁଳ,୨୬/୦୬/୨୨ : ଅନୁଗୁଳ ଜିଲ୍ଲା ସାତକୋଶିଆ ବନଖଣ୍ଡ ଅଧୀନସ୍ଥ କଟକ ଜିଲ୍ଲା ଜିଲିଣ୍ଡା ରେଞ୍ଜ୍‌ର ସତ୍ୟଜୟପୁର ପତ୍ରା ଜଙ୍ଗଲରେ ମିଳିଛି ଏକ ଦନ୍ତାହାତୀର କଙ୍କାଳ । ଦନ୍ତାହାତୀର ଦାନ୍ତ କାଟି ନିଆଯାଇଥିବା ଜଣାପଡିଛି। ଏହି ଘଟଣାରେ ବନ ବିଭାଗର ୨ ଜଣ ଫରେଷ୍ଟର ଅନୁପମା ସାହୁ ଏବଂ ସହଦେବ ସୋରେନକୁ ସାତକୋଶିଆ ଡିଏଫଓ ସରୋଜ ପଣ୍ଡା ନିଲମ୍ବନ କରିଛନ୍ତି। ଏହା ସହିତ ସହିତ ୩ ଜଣ ଜଗୁଆଳିଙ୍କୁ ମଧ୍ୟ ଗିରଫ କରିଛନ୍ତି। ଏହିଘଟଣାରେ ରେଞ୍ଜରଙ୍କର ସମ୍ପୃକ୍ତି ଥିବା ବନ ବିଭାଗ ସୂଚନା ଦେଇଛି। ତାଙ୍କ ଇଙ୍ଗିତରେ ଫରେଷ୍ଟର ଏବଂ ଜଗୁଆଳିମାନେ ହାତୀକୁ ବର୍ଷେ ତଳେ ପୋତି ଦେଇଥିବା କୁହାଯାଉଛି । । ଘଟଣାର ଅଧିକ ତଦନ୍ତ ଚାଲିଛି ବୋଲି ସାତକୋଶିଆ ଡିଏଫଓ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com