Featuredମନୋରଞ୍ଜନ

ପ୍ରତୀକ୍ଷା ଶ୍ରେଷ୍ଠ ଓଡ଼ିଆ ଚଳଚିତ୍ର

ମନୋରଞ୍ଜନ କ୍ଷେତ୍ରରେ ଓଡିଶାକୁ ମିଳିଛି ଆଉ ଏକ ସଫଳତା । ଚଳଚିତ୍ର ‘ପ୍ରତୀକ୍ଷା’କୁ ମିଳିଛି ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର । ୬୯ ତମ ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଏହି ପୁରସ୍କାର ଘୋଷଣା ହୋଇଛି । ବାପା-ପୁଅ ସମ୍ପର୍କ ଉପରେ ଆଧାରିତ ଏହି ଫିଲ୍ମକୁ ଦର୍ଶକଙ୍କ ଭଲ ରେସପୋନ୍ସ ମିଳିଥିଲା । ଏଥିରେ ଏକ ସାଧାରଣ ମଧ୍ୟବିତ ପରିବାରର ସ୍ୱପ୍ନ, ଆକାଂକ୍ଷା ଓ ନିରାଶାକୁ ନିଖୁଣ ଭାବରେ ଦର୍ଶାଯାଇଛି। ଏଥିସହିତ ଜଣେ ବାପା ଓ ପୁଅର ଏକ ଜଟିଳ ସମ୍ପର୍କକୁ ଅତି ସରଳ ଭାବେ ଦର୍ଶକଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମ କରାଯାଇଛି ।

ଏହି ଚଳଚିତ୍ରର ପ୍ରଯୋଜକ ଓ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ହୋଇଥିବା ବେଳେ ମୁଖ୍ୟ ଭୂମିକାରେ ରହିଥିଲେ ଦୀପନ୍ୱିତ ଦାସମହାପାତ୍ର ଓ ଚୌଧୁରୀ ଜୟପ୍ରକାଶ ଦାସ, ସିଦ୍ଧାନ୍ତ ମହାପାତ୍ର ଏବଂ ବର୍ଷା ପଟ୍ଟନାୟକ । ସେହିପରି ଏହାର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ରୋଶନ ବିଷୋଇ। ବିଶିଷ୍ଟ କଥାକାର ଗୌରହରି ପଟ୍ଟନାୟକଙ୍କ କ୍ଷୁଦ୍ର ଗଳ୍ପରୁ କାହାଣୀ ନେଇ ଏହି ଫିଲ୍ମଟି ତିଆରି କରାଯାଇଥିଲା । ଗତବର୍ଷ ଡିସେମ୍ବରରେ ଦମନ ସହିତ ଫି୍ଲ୍ମ ପ୍ରତୀକ୍ଷା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ସେତେବେଳେ ଦମନକୁ ଅଧିକ ଗୁରୁତ୍ୱ ଦିଆଯାଇଥିଲେ ମଧ୍ୟ ପ୍ରତୀକ୍ଷା ବି ଖୁବ୍ ଚର୍ଚ୍ଚାରେ ଥିଲା। ଏମିତିକି ଅନୁପମ ଖେର୍ ହିନ୍ଦୀରେ ଏହି ଫିଲ୍ମକୁ କରିବାକୁ ଆଗେଇ ଆସିଥିଲେ।

ଏହା ହିନ୍ଦୀ ସଂସ୍କରଣ ସେ ପ୍ରୟୋଜନା କରିବା ସହ ବାପା ଭୂମିକାରେ ଅଭିନୟ କରିବାକୁ ଘୋଷଣା କରିଥିଲେ। ସେହିପରି ଓଡିଆ କ୍ଷୁଦ୍ର ଚଳଚ୍ଚିତ୍ର ‘ଦ ହିଲିଂ ଟଚ’କୁ ମଧ୍ୟ ପୁରସ୍କାର ମିଳିଛି । ନନ ଫିଚର ସ୍ପେସିଆଲ ଇମୋସନ କାଟାଗୋରୀରେ ଏହାକୁ ମନୋନୀତ କରାଯାଇଛି। ତେବେ ଗଙ୍ଗୁବାଇ କାଠିଆବାଡି ଫିଲ୍ମରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଆଡ୍ବାର୍ଡ ଦିଆଯାଇଛି । ସେହିପରି ମିମି ଚଳଚ୍ଚିତ୍ର ପାଇଁ କ୍ରିତି ସାନନଙ୍କୁ ମିଳିଛି ବେଷ୍ଟ ଆକ୍ଟ୍ରେସ ଆଓ୍ବାର୍ଡ |

 

Related Articles

Back to top button
WP Twitter Auto Publish Powered By : XYZScripts.com