Featuredଜାତୀୟ

ଚାଇନା ଆପ୍ ଯୋଗୁ ଭାରତରେ ହେଉଛି ଆତ୍ମହତ୍ୟା

ଅନଲାଇନରେ ଲୋନ୍ ଦେଉଥିବା ମୋବାଇଲ ଆପ୍ ବିରୋଧରେ ସରକାରଙ୍କ କଡ଼ା ଆଭିମୁଖ୍ୟ। କେନ୍ଦ୍ର ଗୃହ ମନ୍ତ୍ରାଳୟ ଦେଶର ବିଭିନ୍ନ ସରକାରୀ ସଂସ୍ଥାଙ୍କୁ ଏମାନଙ୍କ ଉପରେ କଡ଼ା କର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଛି। ଏହି ନିର୍ଦ୍ଦେଶ ପରେ ଏବେ ଲୋନ୍ ଦେଇ ଠକୁଥିବା ମୋବାଇଲ ଆପ୍ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି । ଏହି ଚାଇନିଜ୍ ଆପ୍‌ଗୁଡ଼ିକ ଲୋକଙ୍କୁ ଲୋନ୍ ଦେବାକୁ କହି ପ୍ରଥମେ ଜାଲରେ ଫସାଉଛନ୍ତି। ପରେ ଲୋନ୍ ଆଦାୟ ନାଁରେ ଲୋକଙ୍କ ସହ ନିର୍ଯାତନା ଦେଉଛନ୍ତି। ସ୍ଥିତି ଏମିିତି ହେଉଛି ଯେ ଲୋନ ନେଇଥିବା ବ୍ୟକ୍ତିକୁ ଆତ୍ମହତ୍ୟା କରିବାକୁ ପଡ଼ିଛି। ବର୍ତ୍ତମାନ ଦେଶରେ ଏଭଳି ଅନେକ ସମସ୍ୟା ସାମ୍ନାକୁ ଆସିଛି। ତେଣୁ ସରକାର ପୋଲିସ-ପ୍ରଶାସନ ତଥା ଯାଞ୍ଚ ଏଜେନ୍ସୀଙ୍କୁ ଏହି କମ୍ପାନୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି। କୁହାଯାଇଛି ଯେ ଲୋନ୍ ଦେବା ଏବଂ ଲୋକଙ୍କ ଉପରେ ଅତ୍ୟାଚାର କରିବାରେ ଅନେକ ଚୀନ୍ ନିୟନ୍ତ୍ରିତ ଆପ୍ କମ୍ପାନୀ ସାମିଲ ଅଛନ୍ତି। ଏମାନଙ୍କ ଦ୍ୱାରା ଲୋନ୍ ଆାଦାୟ କରାଯାଉଥିବାର କଡ଼ା ଉପାୟ ଯୋଗୁ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି।

ଗୃହ ମନ୍ତ୍ରାଳୟ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଙ୍କୁ କୁହାଯାଇଛି ଯେ, ଏପରି ଘଟଣା ରାଷ୍ଟ୍ରୀୟ ସୁରକ୍ଷା, ଅର୍ଥ୍ୟବ୍ୟବସ୍ଥା ଏବଂ ନାଗରିକଙ୍କ ସୁରକ୍ଷା ଉପରେ ବଡ଼ ଗଭୀର ପ୍ରଭାବ ପକାଉଛି। ମନ୍ତ୍ରାଳୟ ତରଫରୁ କୁହାଯାଇଛି ଯେ, ଅନେକ ସମୟରେ ଅଭିଯୋଗ ହୋଇଛି ଯେ ଅନଲାଇନ୍ ଲୋନ୍ ଦେଉଥିବା ଅବୈଧ ଆପ୍ ଦ୍ୱାରା ବିଶେଷକରି ଦୁର୍ବଳ ଏବଂ ନିମ୍ନ ଆୟ ବର୍ଗର ଲୋକେ ଶିକାର ହେଉଛନ୍ତି। ଏଭଳି ମୋବାଇଲ ଆପ୍ ଅଧିକ ସୁଧ ଦରରେ କମ୍ ଅବଧିର ଲୋନ୍ କିମ୍ବା ଛୋଟ ଆକାରର ଲୋନ୍ ଦେଇଥାନ୍ତି ଏବଂ ଏମାନେ ଅଗୋଚରରେ ମଧ୍ୟ ଚାର୍ଜ ଲଗାଇଥାନ୍ତି। ଏହି କମ୍ପାନୀ ମାନେ ଗ୍ରାହକଙ୍କ କଣ୍ଟାକ୍ଟ, ଲୋକେସନ, ଫଟୋ ଏବଂ ଭିଡିଓ ଭଳି ତଥ୍ୟର ବ୍ୟବହାର କରି ସେମାନଙ୍କୁ ଉତ୍ପୀଡ଼ନ କରିଥାନ୍ତି ଏବଂ  ତାଙ୍କୁ ଡରାଇ ବ୍ଲାକମେଲ କରିଥାନ୍ତି। ମନ୍ତ୍ରାଳୟ କହିଛି ଯେ ଏଭଳି କମ୍ପାନୀଙ୍କ ବ୍ୟବହାର ପାଇଁ ଅନେକ ଲୋକଙ୍କ ଜୀବନ ଯାଇଛି। ମନ୍ତ୍ରାଳୟ କହିଛି ଯେ ଏମାନେ ଡାଟାର ଦୁରୂପଯୋଗ କରିଥାନ୍ତି। ଗୃହ ମନ୍ତ୍ରାଳୟ ଅନୁଯାୟୀ, ଯାଞ୍ଚରୁ ଜଣାପଡ଼ିଛି ଯେ ଏହା ଏକ ସଂଗଠିତ ସାଇବର ଅପରାଧ ଅଟେ।  ଏଭଳି ଘଟଣା ପ୍ରତିଦିନ ସାମ୍ନାକୁ ଆସୁଛି। ଯାହା ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ପାଇଁ ଆଦେଶ ଦେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com