ଐତିହ୍ୟ ଓ ସଂସ୍କୃତି

ଅହିଂସା ରଥକୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର ଅଫିସ ;  ୦୪/୦୯ ଚଳିତ ମାସ ୨୩ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ ପରିଭ୍ରମଣ କରିବାକୁ ଥିବା ଅହିଂସା ରଥକୁ କିଭଳି ଭାବରେ ମହା ଆଡମ୍ବରରେ ଗଞ୍ଜାମ ଜିଲ୍ଲାରେ ସ୍ୱାଗତ କରାଯିବ ସେଥି ସକାଶେ ପାଇଁ ଶନିବାର ଓସ୍ୱାନ୍ ହଲ୍ ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ପରିଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଜାତୀୟତା ଭାବ ଜାଗ୍ରତ ନିମନ୍ତେ ଉଦ୍ଦିଷ୍ଟ ଏହି ରଥ ପରିଭ୍ରମଣ ସମୟରେ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇ କିଭଳି ସୂଚାରୁ ରୂପେ ରଥଟିକୁ ଭବ୍ୟ ସମ୍ବର୍ଦ୍ଧନା ଦେଇ ଦେଶ ମାତୃକା ନିମନ୍ତେ ଲଢିଥିବା ଶହୀଦ୍ ବୀର ମାନଙ୍କ ପ୍ରତି ଜିଲ୍ଲାବାସୀ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବେ ସେଥି ନିମନ୍ତେ କାର୍ଯ୍ୟ ଖସଡା ପ୍ରସ୍ତୁତ କରିବା ପାଇଁ ସମସ୍ତ ସଂପୃକ୍ତ ଅଧିକାରୀ ମାନଙ୍କୁ ଜଣାଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ସମସ୍ତଙ୍କୁ ସ୍ବାଗତ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇ କାର୍ଯ୍ୟକ୍ରମଟି କିଭଳି ସୂଚାରୁ ରୂପେ ସମ୍ପାଦିତ ହୋଇପାରିବ ସେଥି ସକାଶେ ସମସ୍ତଙ୍କ ସହଯୋଗ କାମନା କରି ଗାନ୍ଧିଜୀଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ ଅବସରରେ ଯେଉଁ ଯେଉଁ ସ୍ଥାନ ମାନଙ୍କରେ ସଭାକାର୍ଯ୍ୟ କରିଥିଲେ ସେହି ଅଞ୍ଚଳ ଗସ୍ତ କରିବାର କର୍ଯ୍ୟକ୍ରମ ରହିଛି ବୋଲି ଅବଗତ କରାଇଥିଲେ । ପ୍ରସ୍ତୁତି ବୈଠକରେ ଜିଲ୍ଲା ସହର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ,ଗଞ୍ଜାମ ଜିଲ୍ଲାରେ ଅହିଂସା ରଥ ପରିଭ୍ରମଣର କାର୍ଯ୍ୟସୂଚୀର ପୁଙ୍ଖାନୁପୁଙ୍ଖ ବିବରଣୀ ଉପସ୍ଥାପନ କରିଥିଲେ । ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଗତ ଅଗଷ୍ଟ ୧୫ ତାରିଖ ଦିନ ରାଜ୍ୟ ସ୍ତରୀୟ ସ୍ବାଧୀନତା ଦିବସ ଅବସରରେ ଅହିଂସା ରଥର ଶୁଭାରମ୍ଭ କରିଥିଲେ । ଏହି ଦୁଇଟି ଅହିଂସା ରଥ ଓଡିଶାର ବିଭିନ୍ନ ଜିଲ୍ଲା ପରିଭ୍ରମଣ କରି ଗଞ୍ଜାମ ଜିଲ୍ଲାକୁ ଆସିବ । ୨୩ ତାରିଖ ଦିନ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ତପ୍ତପାଣି ଠାରେ ମହା ସମାରୋହରେ ରଥ ଦୁଇଟିକୁ ସ୍ବାଗତ କରାଯିବ । ସ୍ବାଧୀନତାର ସ୍ମାରକୀ ବହନ କରୁଥିବା ଏହି ରଥ ଓଡିଶାର ବୀର ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନର ବାର୍ତ୍ତା ଜିଲ୍ଲାରେ ପ୍ରଚାର କରିବ ।  ଗୋଟିଏ ରଥ ଜିଲ୍ଲାର ଦିଗପହଣ୍ଡି,ଶେରଗଡ,ହିଞ୍ଜିଳି,ଆସ୍କା,ଧରାକୋଟ,ଭଞ୍ଜନଗର,ବେଲଗୁଣ୍ଠା,ବୁଗୁଡା,ପୋଲସରା,କବିସୂର୍ଯ୍ୟନଗର,ବେଗୁନିଆପଡା,ଖଲ୍ଲିକୋଟ ପରିଭ୍ରମଣ କରିବ । ଦ୍ବିତୀୟ ରଥଟି ଚିକିଟି,ପାତ୍ରପୁର,ବ୍ରହ୍ମପୁର ମହାନଗର ନିଗମ,କୁକୁଡାଖଣ୍ଡି,ରଙ୍ଗେଇଲୁଣ୍ଡା,ଗୋପାଳପୁର,ପୁରୁଷୋତ୍ତମପୁର,ଛତ୍ରପୁର,ଗଞ୍ଜାମ,ରମ୍ଭା ଆଦି ସ୍ଥାନ ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି । ଅହିଂସା ରଥକୁ ୨୪ ତାରିଖ ଦିନ ବ୍ରହ୍ମପୁର ମ୍ୟୁନିସପାଲ କର୍ପୋରେସନ୍ ପକ୍ଷରୁ ଏକ ବିରାଟ ସ୍ବାଗତ ସମ୍ବର୍ଦ୍ଧନା ସହ ସ୍ବାଧୀନତା ସଂଗ୍ରାମୀଙ୍କ ଜୀବନ ସହ ସଂଶ୍ଲିଷ୍ଟ ବ୍ରହ୍ମପୁର ସ୍ଥିତ ଅନେକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଗୁଡିକୁ ପରିଭ୍ରମଣ କରିବ ।

 

Related Articles

Back to top button
WP Twitter Auto Publish Powered By : XYZScripts.com