ଅନ୍ତର୍ଜାତୀୟ
ଭୂକମ୍ପରେ ଥରିଲା ଚାଇନାର ସିଚୁଆନ
![](https://i0.wp.com/odia.mobilenews24x7.com/wp-content/uploads/2022/09/d41586-018-04258-2_15593332.jpg?resize=700%2C393&ssl=1)
ଚୀନ ; ୫।୯ ଭୂକମ୍ପରେ ଥରିଲା ଚାଇନାର ସିଚୁଆନ ପ୍ରଦେଶ । ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଚାଇନାର ସିଚୁଆନ ପ୍ରଦେଶର ଲୁଣ୍ଡିଙ୍ଗ୍ କାଉଣ୍ଟିରେ ଭୂକମ୍ପ ହୋଇଛି । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୮ ରହିଥିଲାବେଳେ ଭୂକମ୍ପର କେନ୍ଦ୍ର ୨୯.୫୯ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ପୂର୍ବରୁ ୧୦୨.୦୮ ଡିଗ୍ରୀରେ ଭୂଗର୍ଭର ୧୬ କିଲୋମିଟର ତଳେ ରହିଥିଲା । ଏନେଇ ଜାତୀୟ ଭୂଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଭୂକମ୍ପ ସମୟରେ ଭୟରେ ଘରୁ ବାହାରକୁ ଦୌଡ଼ି ପଳାଇ ଆସିଥିଲେ ଅଞ୍ଚଳବାସୀ । ତେବେ ଏଥିରେ କୌଣସି କ୍ଷୟକ୍ଷତି ବାବଦରେ ସୂଚନା ମିଳିନାହିଁ । ସୂଚନାଯୋଗ୍ୟ, ଗତ ଶନିବାର ଆଣ୍ଡାମାନ ଏବଂ ନିକୋବରର ପୋର୍ଟ ବ୍ଲେୟାର ଠାରୁ ୧୦୬ କିଲୋମିଟର ପୂର୍ବ-ଉତ୍ତର ପୂର୍ବରେ ଏକ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ରେକର୍ଡ ହୋଇଥିଲା । ଭୂକମ୍ପର ଗଭୀରତା ଭୂମିଠାରୁ ୭୦ କିଲୋମିଟର ତଳେ ଥିଲା ।