ଜାତୀୟରାଜନୀତି

ନୂଆ ଦଳ ଗଠନ କରିବେ ବରିଷ୍ଠ ନେତା ଗୁଲାମନବୀ ଆଜାଦ୍‌

ମ୍ମୁ ; ୦୫।୦୯  କଂଗ୍ରେସରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ଗୁଲାମନବୀ ଆଜାଦ୍‌ ରବିବାର ନୂଆ ଦଳ ଗଠନ କରିଥିବା ଘୋଷଣା କରିଛନ୍ତି । ତେବେ ଦଳର ନାମ ଓ ଦଳୀୟ ସଙ୍କେତ ସମ୍ପର୍କରେ ଜନସାଧାରଣ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି । ରବିବାର ଦିଲ୍ଲୀରୁ ବାହାରି ଜମ୍ମୁ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସେଠାରେ ଭବ୍ୟ ସ୍ଵାଗତ କରାଯାଇଥିଲା । ସେଠାରୁ ଏକ ଶୋଭାଯାତ୍ରାରେ ଗୁଲାମନବୀ ସୈନିକ କଲୋନୀସ୍ଥିତ ସଭାସ୍ଥଳକୁ ଯାଇଥିଲେ। ନିଜ ଉଦ୍‌ବୋଧନରେ ଗୁଲାମନବୀ କହିଥିଲେ ନୂଆ ଦଳର ପ୍ରଥମ ଶାଖା ଜମ୍ମୁ-କାଶ୍ମୀରରେ ଖୋଲିବ । ଜମ୍ମୁରେ ସାମ୍ପ୍ରଦାୟିକ ସଦ୍‌ଭାବନା ରକ୍ଷା କରିବା, ସ୍ଥାନୀୟ ଯୁବକଙ୍କୁ ରୋଜଗାର ଯୋଗାଇବା ସହ ଜମି ଅଧିକାର ପ୍ରଦାନ ଉପରେ ତାଙ୍କ ଦଳ ଗୁରୁତ୍ବ ଦେବ । ଅନ୍ୟପକ୍ଷରେ କଂଗ୍ରେସ ଦଳକୁ ସମାଲୋଚନା କରି ଗୁଲାମନବୀ କହିଥିଲେ କଂଗ୍ରେସ ଦଳକୁ ଦଳୀୟ କର୍ମୀମାନେ ନିଜ ରକ୍ତ ଦେଇ ଗଢ଼ିଛନ୍ତି ବୋଲି ନେତୃବର୍ଗ ଭୁଲିବା ଉଚିତ୍‌ ନୁହେଁ । ଜମ୍ମୁ ବିମାନବନ୍ଦରରେ ନିକଟରେ ଗୁଲାମନବୀଙ୍କ ସ୍ଵାଗତ ପାଇଁ ଶତାଧିକ ଲୋକ ଜମା ହୋଇଥିଲେ। ସେମାନେ ହାତରେ ପୋଷ୍ଟର, ବ୍ୟାନର୍‌ ଧରିଥିବା ଦେଖିବାକୁ ମିଳିଥିଲା । ସଭାସ୍ଥଳରେ ପାଖାପାଖି ୨୦ ହଜାର ଲୋକଙ୍କ ବସିବା ପାଇଁ ବନ୍ଦୋବସ୍ତ କରାଯାଇଥିଲା । ସଭାରେ ଉପସ୍ଥିତ ୩ ହଜାର ଲୋକ ନୂଆ ଦଳରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ । ସଭାରେ ଆଜାଦ ଆହୁରି କହିଥିଲେ ସେ କଂଗ୍ରେସର ବିଭିନ୍ନ ପଦରେ ଦୀର୍ଘ ବର୍ଷ ହେବ କାମ କରି ଆସୁଥିଲେ। ତେବେ ସେ ଯେତେବେଳେ କୌଣସି ପଦରେ ନ ଥିଲେ ଦଳ ତରଫରୁ ତାଙ୍କୁ ଅବହେଳା ପ୍ରଦର୍ଶନ କରାଯାଇଥିଲା ।

 

Related Articles

Back to top button
WP Twitter Auto Publish Powered By : XYZScripts.com