![](https://i0.wp.com/odia.mobilenews24x7.com/wp-content/uploads/2022/09/Sheikh-Hasina-PM-Modi.jpg?resize=480%2C360&ssl=1)
ବାଙ୍ଗଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ଏବଂ ପି.ଏମ୍ ମୋଦଙ୍କ ଦ୍ୱିପକ୍ଷ ବୈଠକରେ ଉଭୟ ଦେଶ ୭ଟି ଚୁକ୍ତି ଉପରେ ଆଲୋଚନା କିଛନ୍ତି । ଏହି ସମୟରେ ପି.ଏମ୍ ମୋଦି ବିଗତ ବର୍ଷରେ ବାଙ୍ଗଲା ଦେଶର ୫୦ ତମ ସ୍ୱାଧିନତା ଦିବସ ଖୁବ୍ ଧୁମଧାମରେ ପାଳନ କରିଥିବା କହିଛନ୍ତି । ଏଥିସହତ ସେ ଆହୁରି ମଧ୍ୟ କହିଥିଲେ ଯେ ଆମେ ପ୍ରଥମ ଥର ମନ୍ତ୍ରୀ ଦିବସ ମଧ୍ୟ ପାଳନ କରିଥିଲୁ । ତେବେ ଭାରତ ଏବଂ ବାଙ୍ଗଲାଦେଶର ସମ୍ବନ୍ଧ ଆଗକୁ ଅନେକ ନୂଆ ନୂଆ ସଫଳତା ହାସଲ କରିବ । ଏଥିସହିତ ବର୍ତ୍ତମାନ ଉଭୟ ଦେଶର ଲୋକଙ୍କ ମଧ୍ୟରେ ସହଯୋଗ ଭଲ ଥିବା ସହିତ ବ୍ୟାପାର ମଧ୍ୟ ଭଲ ହେଉଥିବା ଭାରତର ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ । ସେହିପରି ଆଇଟି, ଅନ୍ତରୀକ୍ଷ ଏବଂ ପରମାଣୁ ଆଦି ବଢାଇବାକୁ ମଧ୍ୟ ନିଷ୍ପତି ନେଇଛନ୍ତି । ତେବେ ପାୱାର ଟ୍ରାସମିଶନ ଲାଇନ୍ ସମ୍ବମନ୍ଧରେ ମଧ୍ୟ ଉଭୟ ଦେଶ ମଧ୍ୟରେ ଆଲୋଟନା ଚାଲିଥିବା ଜଣା ପଡିଛି ।ଉଭୟ ଦେଶ ନିଜ ନିଜର ସମସ୍ୟା ଉପରେ ଆଲୋଚନା କରିବା ସହ ପରସ୍ପରକୁ ସହେଯାଗ ଏବଂ ସୁ ସମ୍ପର୍କ ସ୍ଥାପନକୁ ନେଇ ଆଲୋଚନା ମଧ୍ୟ କରିଥିଲେ । ଏତତ୍ ବ୍ୟତୀତ ଉଭୟ ଦେଶର ପ୍ରଧାନ ମନ୍ତ୍ରୀ ଅନ୍ତରାଷ୍ଟ୍ରୀୟ ମୁଦ୍ଦା ଉପରେ ଆଲୋଚନା କରିଥିଲେ । ସେହିପରି ବାଙ୍ଗଲା ଦେଶର ପ୍ରଧାନ ମନ୍ତ୍ରୀ ଶେଖ ହସିନା ଭାରତର ଆଜାଦ ଅମୃତ ଦିବସର ଶୁଭ କାମନା ଦେବା ସହ କହିଥିଲେ ଏହି ଅବସରରେ ଭାରତ ସରକାର ଏବଂ ମୋର ସମସ୍ତ ଭାରତୀୟ ମିତ୍ରମାନଙ୍କୁ ଆଜାଦି ଅମୃତ ମହୋତ୍ସବର ସଫଳ ସମାପନ ପାଇଁ ଶୁଭେଚ୍ଛା ଜଣାଉଛି । ଏଥିସହିତ ମୁଁ ଆଗାମି ୨୫ ବର୍ଷ ପର୍ଯ୍ୟନ୍ତ ମୋର ଶୁଭକାମନା ଜଣାଉଛି ।