ଐତିହ୍ୟ ଓ ସଂସ୍କୃତିଓଡ଼ିଶାଜାତୀୟ

ଭଦ୍ରକରେ ଉତ୍ସାହ ଭିତରେ ଚାଲିଛି କାଳୀପୂଜା

ଭଦ୍ରକ, ୨୫/୧୦/୨୦୨୨-   ସୋମବାର ଠାରୁ ଭଦ୍ରକରେ ଅନୁଷ୍ଠିତ ହୋଇଛି ପ୍ରସିଦ୍ଧ କାଳୀପୂଜା । ଏଥିପାଇଁ ଉତ୍ସବ ମୁଖର ଭଦ୍ରକ ସହର । ମା’ ଭଦ୍ରକାଳୀ ପୀଠ, ମା’ ଦକ୍ଷିଣକାଳୀ ପୀଠ, ମା’ ପଥର କାଳୀ  ପୀଠ, ମା’ କୁଣ୍ଡିକାଳୀ ପୀଠରେ କାଳୀପୂଜା ଧୁମଧାମରେ ପାଳନ କରାଯାଇଛି । ପ୍ରଥମ ଦିନରେ  ମା’ ଭଦ୍ରକାଳୀ ବେଦ ମାତା ବେଶରେ ପୂଜା ପାଇଥିବା ବେଳେ ମଙ୍ଗଳବାର ଦ୍ଵିତୀୟ ଦିନରେ ମା’ ଭଦ୍ରକ କାଳୀ ମହାକାଳୀ ବେଶରେ ରାତି ୪ଟାରୁ ପୂଜା ପାଇଛନ୍ତି ।

ଆଜି ସୂର୍ଯ୍ୟୋପରାଗ ପାଇଁ ସମସ୍ତ ନୀତି କାନ୍ତି ଓ ପୂଜା ଅର୍ଚ୍ଚନା ବନ୍ଦ ରହିଛି । ବୁଧବାର ପୁଣି ତୃତୀୟ ଦିନରେ ମା’ ଭଦ୍ରକାଳୀ ରାଜରାଜେଶ୍ୱରୀ ବେଶରେ ପୂଜା ପାଇବେ । ପ୍ରଥମ ଦିନରେ ମାଙ୍କ ପୂଜା ପାଇଁ  ହଜାର ହଜାର ଭକ୍ତ ମାଙ୍କ ମନ୍ଦିରକୁ ଆସି ପୂଜା ଅର୍ଚ୍ଚନା କରିବା ସହ ଦୀପ ଦାନ କରିଛନ୍ତି । ମାଙ୍କ ପୀଠରେ ୭ ଦିନ ଧରି ପୂଜା ଚାଲିବ। ସାତ ଦିନରେ ସାତଟି ବେଶରେ ମା’ ପୂଜା ପାଇବେ ।  ଭଦ୍ରକର ପ୍ରସିଦ୍ଧ ଚରମ୍ପାର ଟ୍ରାଫିକ୍ କାଳୀ ମେଢ, ଡଗରା ସାହି କାଳୀ  ମେଢ, ଚରମ୍ପା  ସ୍କୁଲ ‌ରୋଡ କାଳୀ ମେଢ, ପାଟଣାସାହି କାଳୀ ମେଢ, ବାସନ୍ତୀ ଦୁର୍ଗା କାଳୀ ମେଢ, ପିଡବ୍ଲୁଡି କାଳୀ ମେଢ, ଏରେଇ କାଳୀ ମେଢ, ବାଇପାସ୍ କାଳୀ ମଢେ, କୁଆଁଶ ଛକ ଶନିମନ୍ଦିର କାଳୀ ମେଢ, ବରପଦା କାଳୀ ମେଢ, ପଥରାଡି କାଳୀ ମେଢର ପୂଜା ଉତ୍ସବ ମହାସମାରୋହରେ ପାଳିତ ହେଉଛି । ଏଣୁ ଦର୍ଶକଙ୍କ ଭିତରେ ଉତ୍ସାହ ବଢ଼ିବାରେ ଲାଗିଛି

Related Articles

Back to top button
WP Twitter Auto Publish Powered By : XYZScripts.com