ଓଡ଼ିଶା

SSB Recruitment 2022: ଲେକଚର ପଦବୀରେ ବମ୍ପର ଭ୍ୟାକେନ୍ସୀ, ଏମିତି କରନ୍ତୁ ଆବେଦନ…

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ଚୟନ ବୋର୍ଡ(ଏସଏସବି) ଓଡ଼ିଶାର ଅଣ-ସରକାରୀ ସହାୟକ ମହାବିଦ୍ୟାଳୟରେ ବିଭିନ୍ନ ବିଷୟରେ ଅଧ୍ୟାପକ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ୧୩ ଏପ୍ରିଲ ୨୦୨୨ ରୁ ssbodisha.ac.in କୁ ଯାଇ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ଅନଲାଇନ ଆବେଦନ କରିବାର ଶେଷ ତାରିଖ ହେଉଛି ୧୨ ମେ ୨୦୨୨ ।
ସୂଚନାଯୋଗ୍ୟ, ଏହି ପଦରେ ଆବେଦନ କେବଳ ଅନଲାଇନ ମୋଡରେ କରାଯିବ । ସମୁଦାୟ ୪୭୬ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଛି । ଓଡ଼ିଆ ପାଇଁ ୨୭୮ ପଦ, ଇତିହାସ ପାଇଁ ୧୮୨ ପଦ ଏବଂ ହିନ୍ଦୀ ପାଇଁ ୧୬ ପଦ ରହିଛି । ଆବେଦନ କରିବା ପାଇଁ ଆଶାୟୀଙ୍କୁ କୌଣସି ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଉପରୋକ୍ତ ବିଷୟରେ ସର୍ବନିମ୍ନ ୫୫ % ନମ୍ବର କିମ୍ବା ଏହାର ସମକକ୍ଷ ବିଷୟରେ ସ୍ନାତକୋତ୍ତର ସାର୍ଟିଫିକେଟ ଥିବା ଦରକାର । ଲିଖିତ ପରୀକ୍ଷା ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ରାଉରକେଲା ଏବଂ ସମ୍ବଲପୁର ଜୋନରେ ପରୀକ୍ଷା କରାଯିବ ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
ଅନଲାଇନ ଆବେଦନ ଆରମ୍ଭ: ୧୩ ଏପ୍ରିଲ ୨୦୨୨
ଅନଲାଇନ ଆବେଦନ ଜମା କରିବା ଶେଷ ତାରିଖ: ୧୨ ମେ ୨୦୨୨
ଏହି ସବୁ ପଦବୀ ରହିଛି ଖାଲି:
ସମୁଦାୟ ଖାଲି ପଦବୀ-୪୭୬
ଓଡ଼ିଆ-୨୭୮ ପଦ
ଇତିହାସ-୧୮୨
ହିନ୍ଦୀ-୧୬ ପଦ
ବୟସସୀମା ଏବଂ ଆବେଦନ ଫିସ୍:
୨୧ ରୁ ୪୨ ବର୍ଷ ମଧ୍ୟରେ ହୋଇଥିବା ଦରକାର, ତେବେ ସଂରକ୍ଷଣ ବର୍ଗଙ୍କ ପାଇଁ ବୟସ ସୀମାରେ ଛାଡ଼ କରାଯିବ । ସାଧାରଣ ବର୍ଗଙ୍କୁ ଆବେଦନ ପାଇଁ ୫୦୦ ଟଙ୍କା ଦେବାକୁ ହେବ ତଥା ସଂରକ୍ଷିତ ବର୍ଗଙ୍କ ପାଇଁ କୌଣସି ଦେୟ ଦେବାକୁ ହେବ ନାହିଁ ।
ଚୟନ ପ୍ରକ୍ରିୟା: ଆଶାୟୀଙ୍କ ଚୟନ ଲିଖିତ ପରୀକ୍ଷା, କ୍ୟାରିୟର ଏବଂ ଇଣ୍ଟଭ୍ୟୁ ଆଧାରରେ କରାଯିବ ।
ଦରମା: ଚୟନୀତ ହେବା ପରେ ଆଶାୟୀଙ୍କୁ ୪୪,୯୦୦ ରୁ ୧,୪୨,୪୦୦ ଟଙ୍କା ଦରମା ଦିଆଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com