ଓଡ଼ିଶା

ସ୍ୟାଣ୍ଡ ଆର୍ଟ ମାଧ୍ୟମରେ ଗଭୀର ଶ୍ରଦ୍ଧାଞ୍ଜଳି

ପୁରୀ () ବିଶିଷ୍ଟ କଣ୍ଠ ଶିଳ୍ପୀ ଲତା ମଙ୍ଗେସକରଙ୍କ  ଦେହାନ୍ତକୁ ନେଇ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି। ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ  ଲତା ମଙ୍ଗେସକରଙ୍କୁ ଏକ ସ୍ୟାଣ୍ଡ ଆର୍ଟ  ମାଧ୍ୟମରେ ନିଜର ଗଭୀର ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ସେପଟେ “Legendary Lata Mangeshkar will always live in our heart” ବାର୍ତ୍ତା ଦେଇ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ନିଜ ବାଲୁକା କଳା ମାଧ୍ୟମରେ | ସେ ତାଙ୍କ ବାଲୁକା କଳା କୁ ପ୍ରସିଦ୍ଧ କଣ୍ଠଶିଳ୍ପୀ ଲତା ମଙ୍ଗେସକର ଙ୍କୁ ସମର୍ପିତ କରିଛନ୍ତି | ଏହି ବାଲୁକା କଳାକୁ ପ୍ରସ୍ତୁତ କରିବାକୁ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ ସାହୁ ଙ୍କୁ 3 ଘଣ୍ଟା ସମୟ ଲାଗିଥିଲା | ଏଥିରେ “Legendary Lata Mangeshkar will always live in our hearts” ର ବାର୍ତ୍ତା ଦେଇଛନ୍ତି | ତାଙ୍କ ଆମର ଆତ୍ମାକୁ ଭଗବାନ ଶାନ୍ତି ପ୍ରଦାନ କରନ୍ତୁ କାମନା କରି ବାଲୁକା କଳା ପ୍ରସ୍ତୁତ କରିଛନ୍ତି |

Related Articles

Back to top button
WP Twitter Auto Publish Powered By : XYZScripts.com