ଐତିହ୍ୟ ଓ ସଂସ୍କୃତିଓଡ଼ିଶା

ଆରମ୍ଭ ହେବ ହବିଷ୍ୟାଳି ଶିବିର

ପୁରୀ ; ୦୭।୦୯ ଅକ୍ଟୋବର ୧୦ରୁ ଆରମ୍ଭ ହେବ ପବିତ୍ର କାର୍ତ୍ତିକ ବ୍ରତ । ତେବେ ଆଶ୍ୱିନ ଶୁକ୍ଳ ଏକାଦଶୀ ତିଥିରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ମହାକାର୍ତ୍ତିକ ନୀତି । ଦୀର୍ଘ ଦୁଇବର୍ଷ ପରେ ଚଳିତ ବର୍ଷ ଶ୍ରୀକ୍ଷେତ୍ରରେ ପୁଣି ଆରମ୍ଭ ହେବ କାର୍ତ୍ତିକ ବ୍ରତଧାରୀମାନଙ୍କ ପାଇଁ ହବିଷ୍ୟାଳି ଶିବିର । ହେଲେ ଚଳିତବର୍ଷ ଅସ୍ଥାୟୀ ଶିବିର ନୁହେଁ ନରେନ୍ଦ୍ର କୋଣ ସ୍ଥିତ ବୃନ୍ଦାବତୀ ନିବାସ ସ୍ଥାୟୀ କୋଠାରେ ରହିବେ ହବିଷ୍ୟାଳି। ଅକ୍ଟୋବର ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କୋଠାକୁ ହବିଷ୍ୟାଳିଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ। ଏହି କୋଠାରେ ଦୁଇହଜାର ହବିଷ୍ୟାଳି ରହିବା ପାଇଁ ବ୍ୟାବସ୍ଥା ଥିବା ବେଳେ ଆବଶ୍ୟକ ପଡିଲେ ରେଳବାଇ ଯାତ୍ରୀ ବିଶ୍ରାମାଗାରକୁ ଅସ୍ଥାୟୀ ଶିବିର ଭାବେ ପ୍ରସ୍ତୁତ କରାଯିବ। ଏହି ଶିବିରର ଆୟୋଜନ କରାଯାଉଥିବାରୁ ଅଢେଇ ହଜାରରୁ ତିନି ହଜାର ହବିଷ୍ୟାଳିଙ୍କ ପାଇଁ ମାଗଣା ରହିବା ଖାଇବା ଓ ଜଗନ୍ନାଥଙ୍କ ଦର୍ଶନ ବ୍ୟାବସ୍ଥା କରାଯାଉଛି। ହେଲେ କୋଭିଡକୁ ନେଇ ରହିଛି ସ୍ୱତନ୍ତ୍ର କଟକଣା। ପ୍ରତିଟି ବ୍ରତଧାରୀଙ୍କ ପାଇଁ ବୁଷ୍ଟରଡୋଜ ବାଧ୍ୟତାମୁଳକ କରାଯାଇଥିବା ବେଳେ ଶିବିରରେ ମଧ୍ୟ ମାଗଣା ବୁଷ୍ଟର ଡୋଜ ଦିଆଯିବ। ପ୍ରତି ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ଥାନୀୟ ହବିଷ୍ୟାଳି ମାନେ ନିଜର ପଞ୍ଜିକରଣ କରିପାରିବେ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି”। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଶ୍ରୀମନ୍ଦିର ଉନ୍ନୟନ ଓ ନିତି ପ୍ରଶାସକ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ,  ସଂସ୍କୃତି ଅଧିକାରୀଙ୍କ ସହ ପରିଚାଳନା କମିଟି ସଦସ୍ୟଙ୍କୁ ନେଇ ହୋଇଥିବା ସମିକ୍ଷା ବୈଠକରେ  ଆଲୋଚନା ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com