ଜାତୀୟ

ବଦଳିଗଲା ରାଜପଥର ନାଁ,ହେଲା କର୍ତ୍ତବ୍ୟପଥ

ନୂଆଦିଲ୍ଲୀ ; ୦୭।୦୯ ବହୁ ଚର୍ଚ୍ଚିତ ରାଜପଥର ନାଁ ଶେଷରେ ବଦଳିଛି। ରାଜପଥର ନାଁ ବଦଳି କର୍ତ୍ତବ୍ୟପଥ ହୋଇଛି । ଏନେଇ ଆଜି ନୂଆଦିଲ୍ଲୀ ମ୍ୟୁନିସିପାଲିଟି କାଉନସିଲର ଏକ ସ୍ୱତନ୍ତ୍ର ବୈଠକରେ ନାଁ ପରିବର୍ତ୍ତନ ପ୍ରସ୍ତାବ ଉପରେ ମୋହର ମାରିଛି । ଏନଡିଏମସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି ଗୃହ ଓ ନଗର ମନ୍ତ୍ରଣାଳୟ ପକ୍ଷରୁ ରାଜପଥର ନାଁ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏହି ପ୍ରସ୍ତାବକୁ ପରିଷଦର ବୈଠରେ ମଞ୍ଜୁରି ମଧ୍ୟ ମିଳିସାରିଛି । ଏନଡିଏମସିର ସଦସ୍ୟ ମିନାକ୍ଷୀ ଲେଖି କହିଛନ୍ତି କି ଏନଡିଏମସିର ଏକ ସ୍ୱତନ୍ତ୍ର ବୈଠକରେ ଏହି ପ୍ରସ୍ତାବକୁ ପାରିତ କରାଯାଇଛି। ବିଜେପି ଲୋକସଭା ସାଂସଦ ମିନାକ୍ଷୀ ଲେଖି କହିଛନ୍ତି କି ଆମେମାନେ ସ୍ୱତନ୍ତ୍ର ପରିଷଦ ବୈଠକରେ ରାଜପଥର ନାଁ ପରିବର୍ତ୍ତନ କରି କର୍ତ୍ତବ୍ୟପଥ କରିବାର ପ୍ରସ୍ତାବକୁ ଅନୁମୋଦନ ପାରିତ କରାଯାଇଛି । ମିନାକ୍ଷୀ ଲେଖି ଆହୁରି ମଧ୍ୟ କହିଥିଲେ କି ଆଜିର ଏହି ବୈଠକ ଐତିହାସିକ ଥିଲା। ସ୍ୱତନ୍ତ୍ର ବୈଠକର ଆୟୋଜନ କରାଯାଇଥିଲା। ସର୍ବସମ୍ମତିକ୍ରମେ ଏହି ପ୍ରସ୍ତାବ ପାରିତ ହୋଇଛି। ରାଜପଥର ନାଁ ପୂର୍ବରୁ କିଙ୍ଗ’ସ ଓ୍ୱେ ରହିଥିଲା। ଆମକୁ ଗୁଲାମଗିରିର ସମସ୍ତ ଚିହ୍ନକୁ ହଟାଇବାର ଆବଶ୍ୟକ ରହିଛି ବୋଲି ସେ କହିଥିଲେ। ବର୍ତ୍ତମାନ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଠାରୁ ଆରମ୍ଭ କରି ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳକୁ କର୍ତ୍ତବ୍ୟପଥ କୁହାଯିବ।

Related Articles

Back to top button
WP Twitter Auto Publish Powered By : XYZScripts.com