ଅନ୍ତର୍ଜାତୀୟ

ଗୁଳି ଚାଳନାର ଲାଇଭ ଷ୍ଟ୍ରିମିଂ

ଆମେରିକା ; ୮।୯ ଆମେରିକାର ଟେନେସୀ ପ୍ରାନ୍ତର ମେମ୍ଫିସ୍‌ରେ ଆଖିବୁଜା ଗୁଳିଚାଳନା କଲେ ଜଣେ ଯୁବକ। ଏହି ଘଟଣାରେ ୨ ଲୋକଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଘଟଣା ଘଟାଇବା ପରେ ଉକ୍ତ ଯୁବକଙ୍କୁ ପୋଲିସ ଗିରଫ କରିଛି । କିନ୍ତୁ ଯୁବକ ଜଣକ ଏମିତି କାଣ୍ଡ କାହିଁକି କରିଥିଲେ, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ପୋଲିସ ଗିରଫ କରିଥିବା ଯୁବକଙ୍କୁ ପଚରାଉଚରା କରି ତଦନ୍ତ ଚଳାଇଛି । ଆଖିବୁଜା ଗୁଳିଚାଳନା କରିଥିବା ଯୁବକଙ୍କ ବୟସ ୧୯ ବର୍ଷ।  ପୋଲିସ କହିବାମୁତାବକ, ଅଭିଯୁକ୍ତ ଯୁବକ ଜଣକ ଘଟଣା ଘଟାଇବା ପରେ ବାରମ୍ବାର ଗାଡି ବଦଳାଉଥିଲା। ତେଣୁ ତାକୁ ଧରିବା ପାଇଁ ପୋଲିସକୁ ସମୟ ଲାଗିଥିଲା। ଆକ୍ରମଣ କରିଥିବା ଯୁବକ ଜଣକ ଗୁଳିଚାଳନା କରିବା ପୂର୍ବରୁ ଫେସବୁକରେ ଲାଇଭ ଷ୍ଟ୍ରିମିଂ କରିଥିଲା। ଏହାପରେ ସୋସିଆଲ ମିଡିଆ ତାଙ୍କୁ ବ୍ଲକ କରିଥିଲା । ଯୁବକ ଜଣକ ଗୁଳିଚାଳନା କରିବା ପରେ ଚତୁରତାର ସହିତ ପୋଲିସ ଠାରୁ ବଞ୍ଚିବା ପାଇଁ ଅଲଗା ଅଲଗା କାର ଜରିଆରେ ପଳାଇବାକୁ ଚେଷ୍ଟା କରୁଥିଲା। ତା’ ପରେ ପୋଲିସ ଆକ୍ରମଣକାରୀ ଫଟୋ ଜାରି କରିଥିଲା । ତେବେ ଅଭିଯୁକ୍ତକୁ ନ ଧରିବା ଯାଏଁ ସମସ୍ତ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଥିଲା ପୋଲିସ। କାଳେ ଲୋକଙ୍କ ଉପରେ ପୁଣିଥରେ ଆକ୍ରମଣ ହୋଇପାରେ ଭାବି ପୋଲିସ ଏପରି ପଦକ୍ଷେପ ନେଇଥିଲା। ଏହାପରେ ପୋଲିସ ଅଭିଯୁକ୍ତକୁ ଧରିଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com