ଜେଇଇ ଆଡଭାନ୍ସ ୨୦୨୨ ରେଜଲ୍ଟ ପ୍ରକାଶିତ
![](https://i0.wp.com/odia.mobilenews24x7.com/wp-content/uploads/2022/09/Private-Colleges-excels-in-Assam-HS-results.webp?resize=647%2C363&ssl=1)
ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ୨୦୨୨ ରେଜଲ୍ଟ । ରାଙ୍କ ୱାନରେ ରହିଛନ୍ତି ଆଇଆଇଟି ବମ୍ବେ ଜୋନ୍ର ଆର.କେ ଶିଶିର । ମୋଟ ୩୬୦ ନମ୍ବରରୁ ଶିଶିର ୩୧୪ ନମ୍ବର ରଖିଛନ୍ତି । ସେ କର୍ଣ୍ଣାଟକ କମନ ଏଣ୍ଟ୍ରାନ୍ସ ଟେଷ୍ଟରେ ଫାର୍ମାସି ଷ୍ଟ୍ରିମରେ ଟପ୍ କରିଥିଲେ । ରାଙ୍କ ୨ରେ ଅଛନ୍ତି ପି. ଲକ୍ଷ୍ମୀସାଇ ରୋହି ରେଡ୍ଡୀ । ତୃତୀୟରେ ଥୋମାସ ବିଜୁ ଚିରମଭେଲିଲ, ଚତୁର୍ଥରେ ଭି, ସାଇ ସିଦ୍ଧାର୍ଥ, ପଞ୍ଚମରେ ମୟଙ୍କ ମନଓ୍ବାନୀ ରହିଛନ୍ତି । ସେହିପରି ଷଷ୍ଠରେ ପି. କାର୍ତ୍ତିକେୟ, ସପ୍ତମରେ ପ୍ରତୀକ ସାହୁ, ଅଷ୍ଟମରେ ଧୀରଜ କୁରକୁଣ୍ଡା, ନବମରେ ମହିତ ଗାଧିଓ୍ବାଲା, ଦଶମରେ ଭି. ଜ୍ଞାନ ମହେଶ ରହିଛନ୍ତି । ସେହିପରି ଛାତ୍ରୀଙ୍କ ମଧ୍ୟରେ ଟପ୍ କରିଛନ୍ତି ଆଇଆଇଟି ଦିଲ୍ଲୀ ଜୋନ୍ର ତନିଷ୍କା କାବ୍ରା। ତନିଷ୍କାଙ୍କ ରାଙ୍କ ୧୬ ରହିଛି । ତନିଷ୍କା ଇଣ୍ଟରନ୍ୟାସନାଲ କେମିଷ୍ଟ୍ରି ଅଲିମ୍ପିଆଡ ୨୦୨୨ର ଟପ୍ପର ଥିଲେ । ମହିଳା ବର୍ଗରେ ଆଇଆଇଟି ବମ୍ବେର ଜଳଧୀ ଯୋଶୀ ଟପ୍ପର ହୋଇଥିବା ବେଳେ ଆଇଆଇଟି ଦିଲ୍ଲୀର ତନିସ୍କା କାବ୍ରା, ଆଇଆଇଟି ଗୌହାଟୀର ସ୍ନେହ ପରିକ, ଆଇଆଇଟି କାନପୁରର ପ୍ରଗତୀ ଅଗ୍ରଓ୍ବାଲ ଟପ୍ପର ହୋଇଛନ୍ତି । ସେହିପରି ଆଇଆଇଟି ଭୁବନେଶ୍ବରରେ ଜାହ୍ନବୀ ସା, ଆଇଆଇଟି ମାଡ୍ରାସର ପଲ୍ଲୀ ଜଳଜାଖୀ ଓ ଆଇଆଇଟି ରୁରକିର ବିଦୂଷୀ ଟପ୍ପର ହୋଇଛନ୍ତି । ମୋଟ ୧ଲକ୍ଷ ୫୫ହଜାର ୫୩୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୪୦ହଜାର ୭୧୨ ପିଲାଙ୍କୁ ରାଙ୍କ ମିଳିଛି । ସେମାନଙ୍କ ମଧ୍ୟରେ ଅଛନ୍ତି ୬ହଜାର ୫୧୬ ଛାତ୍ରୀ । jeeadv.ac.inରେ ରେଜଲ୍ଟ ଉପଲବ୍ଧ ହେଉଛି ।