ଓଡ଼ିଶା

ଆଗାମୀ ୧୨ ଘଣ୍ଟାରେ ଅବପାତ ଦୁର୍ବଳ ହେବା ସମ୍ଭାବନା

 ଭୁବନେଶ୍ୱର, ୧୨.୦୯.୨୦୨୨–   ରବିବାର ସୃଷ୍ଟି ହୋଇଥିବା  ଅବପାତ ଆଗାମୀ ୧୨ ଘଣ୍ଟାରେ  ଦୁର୍ବଳ ହେବାର ସମ୍ଭାବନା ରହିଛି । ଏହା ଏବେ ଦକ୍ଷିଣ ଛତିଶଗଡ଼ ଓ ବିଦର୍ଭ ପାର୍ଶ୍ଵବର୍ତ୍ତି ଅଞ୍ଚଳରେ ରହିଛି । ମୌସୁମୀ ବାୟୁ ସକ୍ରିୟ ରହିବା ଫଳରେ ଆସନ୍ତା ୧୩ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ।

ବାୟୁମଣ୍ଡଳରେ ତାରତମ୍ୟ ଯୋଗୁଁ ଉପକୂଳରେ ୩୦ କିମି ବେଗରେ ପବନ ବହୁଛି । ତେଣୁ ସମୁଦ୍ର ଅଶାନ୍ତ ରହିଥିବାରୁ  ମତ୍ସ୍ୟଜୀବୀଙ୍କୁ ନଯିବାକୁ ମଙ୍ଗଳବାର ପର୍ଯ୍ୟନ୍ତ ବାରଣ କରାଯାଇଛି । ୧୬ ରୁ ୨୨ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ଅନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର  ।

Related Articles

Back to top button
WP Twitter Auto Publish Powered By : XYZScripts.com