ଓଡ଼ିଶା

ସାଂସଦଙ୍କ ପୁଅ ଏବଂ ବିଜେଡି ପ୍ରାର୍ଥୀଙ୍କୁ ପଛରେ ପକାଇଲେ ସ୍ୱାଧୀନ ପ୍ରାର୍ଥୀ, ନୂଆପଡା ଏନଏସି ଅଧ୍ୟକ୍ଷ ହେଲେ ମହମ୍ମଦ ଆଦମ

ନୂଆପଡା : କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ପୁଅ ତଥା ବିଜେପି ଅଧ୍ୟକ୍ଷ ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ଏବଂ ଶାସକ ଦଳର ବିଜେଡି ପ୍ରାର୍ଥୀ କ୍ଷିତିଷ ଆଶୋକ ବୋଧଙ୍କରଙ୍କୁ ହରାଇଲେ ସ୍ୱାଧୀନ ପ୍ରାର୍ଥୀ । ସ୍ବାଧିନ ପ୍ରାର୍ଥୀ ମହମ୍ମଦ ଆଦମ ୧,୨୬୭ ଭୋଟରେ ପ୍ରତିଦ୍ୱନ୍ଦୀଙ୍କୁ ହରାଇ ନୂଆପଡା ଏନଏସିର ଅଧ୍ୟକ୍ଷ ଭାବରେ ଐତିହାସିକ ବିଜୟୀ ହୋଇଛନ୍ତି । ନୂଆପଡା ଏନଏସିର ୧୪ ଗୋଟି ୱାର୍ଡ ମଧ୍ୟରୁ ଦୁଇଟି ୱାର୍ଡ କାଉନସିଲର ପ୍ରାର୍ଥୀ ନିର୍ଦ୍ବନ୍ଦରେ ବିଜୟୀ ହୋଇଥିଲେ ।
ଫଳରେ ୧୨ ଗୋଟି ୱାର୍ଡ ପାଇଁ କାଉନସିଲର ଓ ୧୪ ଗୋଟି ୱାର୍ଡରେ ଅଧ୍ୟକ୍ଷ ନିର୍ବାଚନ ହୋଇଥିଲା । ସେଥିଭିତରୁ କଂଗ୍ରେସ ଏବଂ ବିଜେପି ଗୋଟିଏ ଲେଖାଏଁ ୱାର୍ଡରେ ବିଜୟୀ ହୋଇଥିବା ବେଳେ ଚାରିଗୋଟି ୱାର୍ଡରେ ସ୍ବାଧିନ ପ୍ରାର୍ଥୀଙ୍କ ବିଜୟ ହୋଇଛି । ସେପଟେ ଅଠଗୋଟି ୱାର୍ଡରେ ବିଜୁ ଜନତା ଦଳର କାଉନସିଲର ବିଜୟୀ ହୋଇଥିବା ବେଳେ ନୂଆପଡା ଏନଏସିରେ ଅଧ୍ୟକ୍ଷ ପଦ ବିଜେଡିର ହାତଛଡା ହୋଇଛି । ବିଜେପି ଏବଂ ସ୍ବାଧିନ ପ୍ରାର୍ଥୀଙ୍କ ମଧ୍ୟରେ ଟକ୍କର ହୋଇଥିବା ବେଳେ ଶେଷରେ ସ୍ବାଧିନ ପ୍ରାର୍ଥୀ ମହମ୍ମଦ ଆଦମ ବହୁ ମତରେ ବିଜୟୀ ହୋଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com