ଅନ୍ତର୍ଜାତୀୟ

ଖାର୍‌କିଭ୍‌ ଅଞ୍ଚଳରେ ପୁଣି ଆକ୍ରମଣ କଲା ଋଷ ସେନା

ନୂଆଦିଲ୍ଲୀ ;  ୧୩|୦୯  ୟୁକ୍ରେନ୍‌ର ଖାର୍‌କିଭ୍‌ ଅଞ୍ଚଳରେ ରୁଷ ପୁଣି  ଏୟାରଷ୍ଟ୍ରାଇକ୍‌ କରିଛି । ଏହାଦ୍ୱାରା ଓସନୋଭିଆଂସ୍କି ଓ କିଭସ୍କିର ବାସିନ୍ଦା ପ୍ରଭାବିତ ହୋଇଛନ୍ତି । କିଛି ଘର ଧ୍ୱଂସ ହୋଇଛି । ଖାର୍‌କିଭ୍‌ରୁ ରୁଷ ସେନା ଛତ୍ରଭଙ୍ଗ ଦେଉଥିବା ରିପୋର୍ଟ ପ୍ରକାଶ ପାଇଥିଲା । ଇଜୁମ୍‌ ସହରରୁ ବିଦେଶୀ ସୈନ୍ୟମାନେ ପଳାୟନ କରୁଥିବା କୁହାଯାଇଥିଲା । ସେମାନେ ଅନ୍ୟ ଅଞ୍ଚଳ ଉପରେ ବଡ଼ ଆକ୍ରମଣ କରିଥିବାରୁ ଭିନ୍ନ ପରିସ୍ଥିତି ଉପୁଜିଛି । ସେପଟେ ଖାର୍‌କିଭ୍‌କୁ ଜଳ ଓ ବିଜୁଳି ଯୋଗାଣ ଅତିମାତ୍ରାରେ ପ୍ରଭାବିତ ହୋଇଛି । ରୁଷ ସେନା ସୋମବାର ଖାର୍‌କିଭ୍‌ର କେତେକ ଭିତ୍ତିଭୂମି ବ୍ୟବସ୍ଥା ଉପରେ ଏୟାରଷ୍ଟ୍ରାଇକ୍‌ କରିଛି । ବିସ୍ଫୋରଣ ଶବ୍ଦରେ ସହରର କେନ୍ଦ୍ରସ୍ଥଳ ଦୋହଲି ଉଠିଛି । ଖାର୍‌କିଭ୍‌ର ଆଞ୍ଚଳିକ ସାମରିକ ପ୍ରଶାସନ ମୁଖ୍ୟଙ୍କ ମୁତାବକ ରୁଷ୍‌ର ସୈନ୍ୟମାନେ  ସାନି ବୋମା ମାଡ଼ କରିବାରୁ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି । କିଭସ୍କିରେ କିଛି ସଡ଼କକୁ ସେମାନେ ଟାର୍ଗେଟ୍‌ କରି ଉଡ଼ାଇ ଦେଇଛନ୍ତି । ରୁଷ୍‌ର ଏହି ନୂଆ ଆକ୍ରମଣ ଯୋଗୁ ଖାର୍‌କିଭ୍‌ ଅଞ୍ଚଳରେ ବିଜୁଳି ଓ ଜଳ ଯୋଗାଣ ପ୍ରଭାବିତ ହୋଇଥିବା ଜଣାପଡିଛି । ପରିସ୍ଥିତି ପୁଣି ପୂର୍ବ ଭଳି ହୋଇଯାଇଛି । ବୋମା ମାଡ଼ ଯୋଗୁ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରଭାବିତ ହୋଇଛି । ଉଦ୍ଧାରକାରୀ ଦଳ ମଧ୍ୟ ନିୟୋଜିତ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com