Featuredଜାତୀୟ

ଆସନ୍ତା ୯ ତାରିଖରେ ଦିଲ୍ଲୀରେ ଖୋଲିବ ସ୍କୁଲ

ରାଜଧାନୀ ଦିଲ୍ଲୀରେ ଗତ କିଛି ଦିନ ହେବ ବାୟୁ ପ୍ରଦୂଷଣ ଦ୍ରୁତ ଗତିରେ ବଢୁଥିବାବେଳେ ଆଜି ସେଥିରେ ସୁଧାର ଆସିଛି । ଫଳରେ ୱାର୍କ ଫର୍ମ ହୋମ ବ୍ୟବସ୍ଥାକୁ ଶେଷ କରାଯାଇଛି। ଏଥିସହିତ ପ୍ରଦୂଷଣକୁ ନେଇ ୩ ଦିନ ତଳେ ଜାରି ହୋଇଥିବା କଟକଣାକୁ କିଛି ମାତ୍ରାରେ କୋହଳ କରାଯାଇଛି । ଏହି କଟକଣା ହଟିବା ପରେ ବନ୍ଦ ଥିବା ନିର୍ମାଣଧିନ କାର୍ଯ୍ୟକୁ ପୁର୍ନବାର ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯିବା ସହ ବିଏସ-୬ ଡିଜେଲ ଯାନକୁ ମଧ୍ୟ ସହର ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳିଛି । ଏଥିସହିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବିଦ୍ୟାଳୟ ଖୋଲିବାକୁ ନେଇ ଏକ ବଡ ନିଷ୍ପତ୍ତି ନେଇଛନ୍ତି ।  ଦିଲ୍ଲୀରେ ଏକ୍ୟୁଆଇ ପରିମାଣ କମିବା ପରେ ଧିରେ ଧିରେ ସ୍ଥିତି ସ୍ୱାଭାବିକ ହେଉଛି । ତେଣୁ ଦିଲ୍ଲୀ ସରକାର ବନ୍ଦ ଥିବା ବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୯ ତାରିଖରେ ବିଦ୍ୟାଳୟ ଖୋଲିବା ନେଇ ସରକାର ସୂଚନା ଦେଇଛନ୍ତି । ଦିଲ୍ଲୀ ଏବଂ ଏନସିଆରରେ ବର୍ତ୍ତମାନ ଏକ୍ୟୁଆଇ ସ୍ତର ୩୫୦ ତଳେ ରହିଥିବା ବେଳେ ଏହା ଦିଲ୍ଲୀବାସୀଙ୍କ ଚିନ୍ତାକୁ ଟିକିଏ କମ୍ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com