ଓଡ଼ିଶା

ଏମସିଏ ଛାତ୍ରୀ ଆଶ୍ରିତା ସେନାପତି ଆତ୍ମହତ୍ୟା ଘଟଣା; ପୁରୁଷ ବନ୍ଧୁଙ୍କୁ ଅଟକ ରଖିଲା ପୋଲିସ

ଭୁବନେଶ୍ୱର, ୦୬/୦୭/୨୦୨୨ – ଏମସିଏ ଛାତ୍ରୀ ଆଶ୍ରିତା ସେନାପତି ଆତ୍ମହତ୍ୟା ଘଟଣାରେ ପୁରୁଷ ବନ୍ଧୁ ସତ୍ୟ ପ୍ରକାଶ ଦାଶଙ୍କୁ ଅଟକ ରଖିଲା ସହିଦ ନଗର ପୋଲିସ ।  ଉଭୟ ଗୋଟିଏ ଗାଁର ହୋଇଥିଲା ବେଳେ ଦୁହିଁଙ୍କ ମଧ୍ୟରେ ୯ ବର୍ଷର ପ୍ରେମ ସମ୍ପର୍କ ଥିବା ଜଣାପଡ଼ିଛି । ୨୦୧୯ ମସିହାରୁ ଆଶ୍ରିତା ଆଉ ଜଣେ ଯୁବକଙ୍କ ସହ କଥା ହେଉଥିବା ସତ୍ୟ ଜାଣିବା ପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଯୁବତୀଙ୍କ କଲ ରେକର୍ଡ଼ ଯାଞ୍ଚ ପରେ ସତ୍ୟ ପ୍ରକାଶଙ୍କ ନାଁ ସାମ୍ନାକୁ ଆସିଥିଲା । ସୁଇସାଇଡ଼ ନୋଟରେ ସତ୍ୟଙ୍କ ନାଁ ଉଲ୍ଲେଖ ଥିବାରୁ ଏହି ମାମଲାରେ ପୋଲିସ ତାଙ୍କୁ ଅଟକ ରଖିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com