Breaking NewsFeaturedଓଡ଼ିଶା

ସମସ୍ତ ଆହତ ମେଡିକାଲରେ ଭର୍ତ୍ତି, କୁହୁଡି ଯୋଗୁ ଦୁର୍ଘଟଣା ଘଟିଥିବା ଅନୁମାନ

ନିଶ୍ଚିତକୋଇଲି କଟରପଡା ନିକଟରେ ଭୟଙ୍କର ଦୁର୍ଘଟଣା । ଆଜି ସକାଳୁ ଚାନ୍ଦବାଲିରୁ କଟକ ଆସୁଥିବା ମନୋରମା ବସ୍ ଓ କଟକ ଆଡୁ ଯାଉଥିବା ଦଶ ଚକିଆ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।

ଖବର ପାଇ ଦୁର୍ଘଟଣା ସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଯାତ୍ରୀଙ୍କୁ ଉଦ୍ଧାର କରି ନିଶ୍ଚିନ୍ତକୋଇଲି ମେଡିକାଲକୁ ପଠାଇଛନ୍ତି । ବସ୍ ଭିତରେ ଥିବା ୬୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି ।

ସେମାନଙ୍କ ମଧ୍ୟରେ ୨୦ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି । ଏହି ଦୁର୍ଘଟଣା କେମିତି ଘଟିଲା, ତାହା ସ୍ପଷ୍ଟ ହୋଇନଥିବା ବେଳେ କୁହୁଡ଼ି ଯୋଗୁ ଏହି ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com