Featuredଜାତୀୟରାଜନୀତି

କର୍ଣ୍ଣାଟକର ସମସ୍ତ ୨୨୪ ଆସନରେ ପ୍ରାର୍ଥୀ ଦେବ ଆମ ଆଦମୀ ପାର୍ଟି

କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଆମ ଆମଦୀ ପାର୍ଟି ସମସ୍ତ ୨୨୪ ଆସନରେ ନିର୍ବାଚନ ଲଢିବ । ଆପ୍ ଅନୁସାରେ, ଅଧିକାଂଶ ଆସନ ପାଇଁ ପ୍ରାର୍ଥୀ ଚୟନ ସରିଛି । ଖୁବଶୀଘ୍ର ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ । ପାର୍ଟିର ମୁଖପାତ୍ର ଏବଂ କର୍ଣ୍ଣାଟକ ଆପର ସଂଯୋଜତ ପୃଥ୍ୱୀ ରେଡ୍ଡୀ କହିଛନ୍ତି ସମସ୍ତ ୨୨୪ ନିର୍ବାଚନ କ୍ଷେତ୍ରରେ ପ୍ରାର୍ଥୀ ଦେବାକୁ ସ୍ଥିର ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ୧୭୦ ବିଧାନସଭା କ୍ଷେତ୍ରରେ ଗ୍ରାମ ସମ୍ପର୍କ ଅଭିଯାନ ମାଧ୍ୟରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ବୁଥ ସ୍ତରରେ କର୍ମୀଙ୍କୁ ନିଯୁକ୍ତ କରାଯାଉଛି । ରାଜ୍ୟରେ ପ୍ରାୟ ୫୮,୦୦୦ ବୁଥ ଅଛି ଏବଂ ପ୍ରତି ବୁଥରେ ଦଳ ଅତି କମରେ ୧୦ ଜଣ କାର୍ଯ୍ୟକର୍ତ୍ତାଙ୍କୁ ନିଯୁକ୍ତ କରାଯାଉଛି । ବୁଥ ସ୍ତରରେ କର୍ମୀଙ୍କୁ ସ୍ଥାନୀୟ ପ୍ରସଙ୍ଗ ଉଠାଇବାକୁ ଦାୟିତ୍ୱ ଦିଆଯାଇଛି । ରେଡ୍ଡୀ କହିଛନ୍ତି, ରାଜ୍ୟରେ ଆମ ଆଦମୀ ପାର୍ଟିର ଲୋକପ୍ରିୟତା ବଢିବାରେ ଲାଗିଛି । ରାଜ୍ୟର ତିନି ବଡ଼ ଦଳ ଦୁର୍ନୀତି ଉପରେ ଲଗାମ ଲଗାଇବାରେ ବିଫଳ ହୋଇଛନ୍ତି ଏବଂ ରାଜ୍ୟବାସୀ ନୂଆ ସମ୍ଭାବନା ଖୋଜୁଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com