ଓଡ଼ିଶା

ସିସିଟିଭିରେ ବିସ୍ଫୋରଣ ଦୃଶ୍ୟ, ଅନ୍ୟ ଦୁଇ ଆହତ ମେଡିକାଲରେ ଭର୍ତ୍ତି

ଖୋର୍ଦ୍ଧା(ଆଶିଷ ମହାପାତ୍ର): ଫାଟିଲା ଏୟାର ପ୍ରେସର ଟାଙ୍କି। ଆଉ ଘଟଣାସ୍ଥଳରେ ଚାଲିଗଲା ଗ୍ୟାରେଜ ମାଲିକଙ୍କ ଜୀବନ । ଏଭଳି ଅବାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଅଞ୍ଚଳରେ । ଘଟଣାନୁସାରେ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ଦଧିମାଛ ଗାଡ଼ିଆ ଛକ ନିକଟ ମାଆ ଭଗବତୀ ଟାୟାର ପ୍ରେସର ନାମକ ଦୋକାନରେ ସକାଳ ପ୍ରାୟ ୮ଟା ସମୟରେ ଏକ ଟ୍ରକ ଚକରେ ପ୍ରେସର ଭର୍ତ୍ତି କରାଯାଉଥିଲା ।

ମାତ୍ର କୌଣସି କାରଣରୁ ଟାଙ୍କି ବିସ୍ଫୋରଣ ହୋଇଥିଲା । ଏଥିରେ ଦୋକାନ ମାଲିକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ମୃତକଙ୍କ ନାମ ହେଉଛି ନବକିଶୋର ବରାଡ । ବିସ୍ଫୋରଣଟି ଏତେ ଭୟଙ୍କର ଥିଲା ଯେ ନବ କିଶୋରଙ୍କ ଶରୀର ଖଣ୍ଡ ଖଣ୍ଡ ହୋଇଯାଇଛି । ଏହି ସମୟର ଭିଡିଓ ସିସିଟିଭିରେ ରେକର୍ଡ ହୋଇଛି । ସେହିପରି ସେଠାରେ ଉପସ୍ଥିତ ଥିବା ୨ ଡ୍ରାଇଭର ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।

ସେମାନଙ୍କୁ ଖୋର୍ଦ୍ଧା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆହତ ୨ ଜଣ ଦୁଇ ଭାଇ ଦେବାଶିଷ ଓ ଦିପକ ମାନସିଂହ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଖୋର୍ଦ୍ଧା ସଦର ପୋଲିସ । ସେପଟେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com