
ଭୁବନେଶ୍ୱର ସମେତ ଦେଶର ୮ଟି ଆଇଆଇଟି ପାଇଁ ନୂତନ ନିର୍ଦ୍ଦେଶକଙ୍କ ନିଯୁକ୍ତିକୁ ରାଷ୍ଟ୍ରପତି ଅନୁମୋଦନ କରିଛନ୍ତି | ଦେଶର ଆଠଟି ଆଇଆଇଟି ପ୍ରତିଷ୍ଠାନର ନିର୍ଦ୍ଦେଶକ ନିଯୁକ୍ତିକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ କରିଛନ୍ତି। ଏ ସମ୍ପର୍କରେ ସୂଚନା ପ୍ରଦାନ କରି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହି ସମସ୍ତ ଆଇଆଇଟି ବର୍ତ୍ତମାନ ନୂତନ ନିର୍ଦ୍ଦେଶକ ପାଇପାରିବେ। ରାଷ୍ଟ୍ରପତି ପ୍ରଫେସର ଏ ସେଶାଦ୍ରି ଶେଖରଙ୍କୁ ଆଇଆଇଟି ପାଲକ୍କଡ ପାଇଁ ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରିଥିବାବେଳେ ପ୍ରଫେସର କେ.ଏନ୍ ସତ୍ୟନାରାୟଣଙ୍କୁ ଆଇଆଇଟି ତିରୁପତିର ନିର୍ଦ୍ଦେଶକ ତଥା ପ୍ରଫେସର ଭେଙ୍କପ୍ପା ଆର ଦେଶାଇଙ୍କୁ ଆଇଆଇଟି ଧରୱାଡର ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରିଛନ୍ତି। ପ୍ରଫେସର ରାଜୀବ ପ୍ରକାଶଙ୍କୁ ଆଇଆଇଟି ଭିଲାଇ ପାଇଁ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଥିବାବେଳେ ପ୍ରଫେସର ରଜତ ମୁନା ଆଇଆଇଟି ଗାନ୍ଧିନଗରର ନୂତନ ନିର୍ଦ୍ଦେଶକ ହେବେ। ପ୍ରଫେସର ଶ୍ରୀପଦ କମଲକର ଆଇଆଇଟି ଭୁବନେଶ୍ୱରର ନୂତନ ନିର୍ଦ୍ଦେଶକ ହେବେ | ରାଷ୍ଟ୍ରପତି ପ୍ରଫେସର ପାସୁମାର୍ଥୀ ସେସୁଙ୍କୁ ଆଇଆଇଟି ଗୋଆର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛନ୍ତି। ସେହିଭଳି ପ୍ରଫେସର ମନୋଜ ସିଂ ଗୌରଙ୍କୁ ଆଇଆଇଟି ଜାମ୍ମୁ ପାଇଁ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି।