ଜାତୀୟ

ନୂପୁର ଶର୍ମା ଓ ଅସଦୁଦ୍ଦିନ ଓୱେସୀଙ୍କ ବିରୋଧରେ ମାମଲା ରୁଜୁ କଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ନୂପୁର ଶର୍ମାଙ୍କ ବିବାଦୀୟ ବୟାନ ପାଇଁ ତାଙ୍କ ବିରୋଧରେ ୩ ଟି ମାମଲା ରୁଜୁ ହୋଇଥିବା ବେଳେ AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସୀଙ୍କ ବିରୋଧରେ ବି ଥାନାରେ ମାମଲା ହୋଇଛି। ଗତକାଲି ସେ ମଧ୍ୟ ବିବାଦୀୟ ବୟାନ ଦେଇଥିଲେ। ଏଥିପାଇଁ ଦିଲ୍ଲୀ ପୁଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏଥିରେ ସ୍ୱାମୀ ୟାତି ନରସିଂଘାନନ୍ଦଙ୍କ ନାଁ ବି ରହିଛି।

କେବଳ ସେତିକି ନୁହେଁ ଦିଲ୍ଲୀ ପୁଲିସ ନୂପୁର ଶର୍ମାଙ୍କ ନାଁରେ ବି ମାମଲା ରୁଜୁ କରିଛି। ସେହିପରି ଅନ୍ୟ ଏକ ମାମଲାରେ ବହିଷ୍କୃତ ଦିଲ୍ଲୀ ପିଜେପି ନେତା ନବୀନ ଜିନ୍ଦଲ ସାମ୍ବାଦିକ ସବା ନକବି ଏବଂ ଅନ୍ୟମାନଙ୍କ ନାଁ ବି ରହିଛି।

ଦିଲ୍ଲୀ ପୁଲିସର ଦୁଇଟି ମାମଲା ମଧ୍ୟରୁ ଗୋଟିଏ ନୂପୁର ଶର୍ମାଙ୍କ ବିରୋଧରେ ଥିବା ବେଳେ ଅନ୍ୟଟି ଯେଉଁମାନେ ବାରମ୍ବାର ବିବାଦୀୟ ବୟାନ ଦେଇଆସୁଛନ୍ତି ସେମାନଙ୍କ ବିରୋଧରେ ମାମଲା ହେବ।

Related Articles

Back to top button
WP Twitter Auto Publish Powered By : XYZScripts.com