Featuredଅନ୍ତର୍ଜାତୀୟ

ପୁଟିନଙ୍କ ପରମାଣୁ ଆକ୍ରମଣ ଧମକ, ଜେଲେନସ୍କି କହିଲେ, ମୋର ବିଶ୍ୱାସ ହେଉନି

ପୁଟିନଙ୍କ ପରମାଣୁ ଆକ୍ରମଣ ଧମକ ପରେ ଏବେ ଆଶା ଆଶଙ୍କାରେ ପୂରା ବିଶ୍ୱ । ଦେଶର ଅଖଣ୍ଡତା ପ୍ରତି ବିପଦ ଆସିଲେ ଋଷ କେବେ ପଛଘୁଞ୍ଚା ଦେବନାହିଁ ବୋଲି ଚେତାବନୀ ଦେଇଛନ୍ତି  ପୁଟିନ । ଆଉ ଏଥିପାଇଁ ଆବଶ୍ୟକ ପଡିଲେ ପରମାଣୁ ଅସ୍ତ୍ର ପ୍ରୟୋଗ କରିବ । ଏନେଇ  ଦେଶବାସୀଙ୍କୁ ସମ୍ବୋଧନ ବେଳେ ଏମିତି କହିଛନ୍ତି ଋଷ ରାଷ୍ଟ୍ରପତି । ଏହାସହ ୟୁକ୍ରେନରେ ଆଉ ୩ ଲକ୍ଷ ସଂରକ୍ଷିତ ସୈନ୍ୟ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁଟିନ । ଯାହା ଦର୍ଶାଉଛି ଏବେ ଆଉ ଚୁପ୍ ବସିବା ଅବସ୍ଥାରେ ନାହାନ୍ତି ପୁଟିନ । ଆର ପାର ଲଢେଇ ଲଢିବାକୁ ମନ ବଳାଇ ସାରିଛନ୍ତି ପୁଟିନ । ଆଉ ଏଥିରେ ଯିଏ ବାଧା ଦେବ ଋଷର ପ୍ରଚଣ୍ଡ ଆକ୍ରମଣର ସାମ୍ନା କରିବ । ଅନ୍ୟପଟେ ଋଷର ଏଭଳି ଧମକକୁ ବାଏଁ ବାଏଁ ଉଡାଇ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ପୁଟିନଙ୍କ ପରମାଣୁ ଆକ୍ରମଣ ଧମକ ପରେ ଜେଲେନସ୍କି କହିଛନ୍ତି, ମୋର ଭରସା ନାହିଁ ଯେ ଋଷ ଏଭଳି ଅସ୍ତ୍ର ପ୍ରୟୋଗ କରିପାରିବ । ବିଶ୍ୱର ଅନ୍ୟ ଦେଶ ଋଷକୁ ଏଭଳି ଅସ୍ତ୍ର ପ୍ରୟୋଗ କରିବାକୁ ସୁଯୋଗ ଦେବେ ତାହା ବିଶ୍ୱାସ ହେଉନି । ଏହାସହ ଋଷକୁ ବିଶ୍ୱ ଦରବାରରେ ଦଣ୍ଡିତ କରିବାର ଆବଶ୍ୟକତା ରହିଛି ବୋଲି ଜେଲେନସ୍କି କହିଛନ୍ତି । ପୁଟିନ ଏଭଳି ଶାନ୍ତି ଚାହୁଁନାହାନ୍ତି ବୋଲି ଜେଲେନସ୍କି ବିଶ୍ୱବାସୀଙ୍କୁ ବାର୍ତ୍ତା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com