ଜାତୀୟ

୧୮ ମାସ ହେଲା ସହୁଥିଲେ ଯୌନ ନିର୍ଯାତନା, ଆତ୍ମହତ୍ୟା ପରେ ୮ ଜଣଙ୍କୁ ବାନ୍ଧିଲା ପୁଲିସ୍

ନୂଆଦିଲ୍ଲୀ: ଦୀର୍ଘ ୧୮ ମାସ ହେଲା ସେ ଯୌନ ନିର୍ଯାତନା ସହ ଶାରିରୀକ ଓ ମାନସିକ ନିର୍ଯାତନା ସହୁଥିଲେ। ନା କାହା ଆଗରେ କହିପାରୁଥିଲେ ନା କଷ୍ଟ ସହିପାରୁଥିଲେ। ଶେଷରେ ରବିବାର ତିନି ମହଲା ଉପର ତଳକୁ ଖସିପଡ଼ି ଝିଅର ଝୀବନ ଗଲା। ମହାରାଷ୍ଟ୍ର ଥାନେର କଲ୍ୟାଣ ଠାରେ ଏଭଳି ଘଟଣା ଘଟିଛି। କୋଲସେୱାଡ଼ି ପୁଲିସ ଘଟଣାରେ ୮ ଜଣଙ୍କୁ ଗିରଫ କରି ତଦନ୍ତ ଚଳାଇଛି। ଗିରଫଙ୍କ ମଧ୍ୟରୁ ଜଣେ ମହିଳା ମଧ୍ୟ ଅଛନ୍ତି।

ଯୁବତୀ ଜଣଙ୍କ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ବେଳେ ତାଙ୍କୁ ଛାତରୁ ଠେଲି ଦେଇ ହତ୍ୟା କରାଯାଇଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି। କୋଲସେୱାଡ଼ି ପୁଲିସ ଘଟଣାରେ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା। ଯୁବତୀଙ୍କ ମୋବାଇଲ୍‌ ଫୋନ୍‌ରୁ ଆତ୍ମହତ୍ୟାର ଗୁମର ଖୋଲିଥିଲା। ମୋବାଇଲ୍‌ ଫୋନ୍‌ରେ ସୁଇସାଇଡ୍ ନୋଟ୍ ଉଦ୍ଧାର କରିଥିଲା ପୁଲିସ୍, ଯେଉଁଥିରେ ଯୁବତୀ ଜଣଙ୍କ ଭୋଗିଥିବା ନିର୍ଯାତନାର ସବୁ ପ୍ରମାଣ ଦେଇଛନ୍ତି।

ମୃତ ଯୁବତୀଙ୍କ ପରିବାର ଲୋକଙ୍କ କହିବା କଥା ହେଲା “ ପୁଲିସ ଝିଅରୀ ମୋବାଇଲ୍ ଫୋନ୍‌ରୁ ସୁଇସାଇଡ୍‌ ନୋଟ ଜବତ କରିଛି। ଯେଉଁଥିରେ ତାକୁ ନିର୍ଯାତନା ଦିଆଯାଇଥିବା ସେ ଲେଖିଛି। ଅଶ୍ଳୀଳ ଭିଡିଓ ବନାଇ ବ୍ଲାକ୍‌ମେଲ କରାଯାଇଥିବା ମଧ୍ୟ ସୁଇସାଇଡ୍ ନୋଟ୍‌ରେ କୁହାଯାଇଛି।” ବେଶ୍ୟାବୃତ୍ତି ପାଇଁ ତାଙ୍କୁ ବାଧ୍ୟ କରାଯାଉଥିଲା ବୋଲି ଯୁବତୀ ଜଣଙ୍କ ସୁଇସାଇଡ୍ ନୋଟ୍‌ରେ ଅଭିଯୋଗ କରିଛନ୍ତି।

ଘଟଣାରେ ପୁଲିସ IPC ଧାରା ୩୦୬ ରୁଜୁ କରୁଥିବା ବେଳେ ଅପରାଧୀଙ୍କ ବିରୋଧରେ ଧାରା ୩୦୨(ଆତ୍ମହତ୍ୟାରେ ମାମଲା ମୃତ୍ୟ ଦଣ୍ଡ ନହେଲେ ଆଜୀବନ କାରାବାସ) ରୁଜୁ କରାଯାଉ ବୋଲି ପରିବାର ଲୋକେ ଚାହୁଁଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com