ଅନ୍ୟାନ୍ୟ

ଲଢୁଆ ଗଞ୍ଜା ସହ ୪ ଜଣ ଜୁଆଡି ଗିରଫ

 ଭୁବନେଶ୍ୱର , ୦୧/୧୨/୨୦୨୨-   ମାଲକାନଗିରି ପୁଲିସ ଦ୍ବାରା ଦୁଇ ଲଢୁଆ ଗଞ୍ଜା ସହ ୪ ଜଣ ଜୁଆଡି ଗିରଫ ହୋଇଛନ୍ତି । ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ରାମ ଚନ୍ଦ୍ର ମାଢି , ବନ୍ଧୁ ମାଡକାମୀ, ଧନ ଗଡେଲି ଏବଂ ତ୍ରିନାଥ ମାଟାମ । ମାଲକାନଗିରି ଥାନା ଅନ୍ତର୍ଗତ ଦୁମାଲିଗୁଡାଠାରେ ଗଞ୍ଜା ଲଢେଇ ଚାଲୁଥିବା ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ଥାନା ଅଧିକାରୀଙ୍କ ନେତୃତ୍ବରେ ଏକ ଟିମ ଚଢାଉ କରିଥିଲା । ଚଢାଉ ସମୟରେ ଗଞ୍ଜା ଲଢେଇରେ ସାମିଲ ଥିବା ଲୋକେ ସେମାନଙ୍କ ଗଞ୍ଜା ଧରି ପଳାଇଥିବାବେଳେ ପୁଲିସ ଚାରି ଜଣକୁ କାବୁ କରିଥିଲେ । ସେମାନଙ୍କଠାରୁ ଗଞ୍ଜା ଗାଲିରେ ବ୍ୟବହୃତ ଛୁରୀ ଓ ଲଢେଇ କରୁଥିବା ଦୁଇଟି ଗଞ୍ଜାକୁ ମଧ୍ୟ ଗିରଫ କରିଛି । ଗଞ୍ଜାମାନଙ୍କୁ ଲଢେଇ କରିବା ସହ ଜୁଆ ଖେଳୁଥିବା ୪ ଜଣ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com