Breaking NewsFeaturedଅନ୍ତର୍ଜାତୀୟଜୀବନଶୈଳୀ

ଏମିତି ଘର… ରହସ୍ୟ ଜାଣିଲେ ଆପଣ ବି ହୋଇଯିବେ ବିସ୍ମୟ 

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଘର କେବଳ ଗୋଟିଏ ସ୍ଥାନ ନୁହେଁ ଏହା ପରିବାରର ଏକ ସଦସ୍ୟ ଭଳି । ଯେଉଁଥି ପାଇଁ ଲୋକମାନେ ସାଧାରଣତଃ ନିଜର ବର୍ଷ ବର୍ଷର ପୁରୁଣା ଘର ଛାଡ଼ିବାକୁ ଏତେ ଶୀଘ୍ର ରାଜି ହୋଇ ନଥାନ୍ତି । ବିଭିନ୍ନ ସମୟରେ ଏପରି ସ୍ଥିତି ଆସିଥାଏ ଯେ ସରକାରଙ୍କ ଅଦେଶ ଅନୁସାରେ ଜୋର୍ ଜବରଦସ୍ତି ଘର ଛାଡ଼ିବାକୁ ହୋଇଥାଏ । କିନ୍ତୁ କିଛି ଲୋକ ନିଜ ଜୀବନ ଦେଇ ଦେବାକୁ ପ୍ରସ୍ତୁତ ଥାନ୍ତି ହେଲେ ନିଜର ପୁରୁଣା ଘର ଛାଡ଼ି ନଥାନ୍ତି । କାହିଁକି ନା ନିଜ ଜୀବନସାରାର ରୋଜଗାରରେ ବନାଇଥିବା ଘରକୁ କେହି କେମିତି ଏତେ ଶୀଘ୍ର ଛାଡ଼ି ଦେବ । ଆଜି ଆମେ ସେହି ଭଳି ୫ଟି ଘର ସମ୍ପର୍କରେ ଆପଣଙ୍କୁ ଜଣାଇବୁ ଯାହାର ମାଲିକମାନେ ଘର ପାଇଁ ସରକାରଙ୍କ ସହ ଲଢି ଯାଇଥିଲେ ତ ଆଉ କେହି କୋଟି କୋଟି ଟଙ୍କାକୁ ମଧ୍ୟ ଗୋଡ଼ରେ ଆଡ଼େଇ ଦେଇଥିଲେ । କିନ୍ତୁ ଘର ଛାଡ଼ି ନଥିଲେ ।

  • ନମ୍ବର ୫: ଅଷ୍ଟିନ୍ ସ୍ପ୍ରିଙ୍ଗସ୍‌

Austin Springs Apartment Washington DC

ଏହି ଲିଷ୍ଟର ପାଞ୍ଚ ନମ୍ବରରେ ଅଛି ‘ଅଷ୍ଟିନ୍ ସ୍ପ୍ରିଙ୍ଗସ୍‌’ । ୱାସିଙ୍ଗଟନ୍ ଡିସିରେ ଅନେକ ସୁଉଚ୍ଚ ଆପାର୍ଟମେଣ୍ଟ ମଧ୍ୟରେ ରହିଥିବା ଏହି ଘର ‘ଅଷ୍ଟିନ୍ ସ୍ପ୍ରିଙ୍ଗସ’ ନାମକ ଜଣେ ବ୍ୟକ୍ତିଙ୍କର ଅଟେ । ୧୯୮୦ରେ ଯେତେବେଳେ ଏହି ସ୍ଥାନରେ ବିଲ୍ଡିଂ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥଲା ସେତେବେଳେ ଅନେକ ଜମିମାଲିକ ନିଜ ଜମି ବିଲ୍ଡରଙ୍କୁ ବିକ୍ରି କରିଦେଇଥିଲେ । କିନ୍ତୁ ଅଷ୍ଟନ୍ ସ୍ପ୍ରିଙ୍ଗସ ଘର ବିକିବାକୁ ସଫା ସଫା ମନା କରିଦେଇଥିଲେ । ଅଷ୍ଟନ୍‌ଙ୍କ କହିବା ଅନୁସାରେ ବିଲ୍ଡର ତାଙ୍କ ସ୍ଥାନର ଠିକ୍ ମୂଲ୍ୟ ଦେଉ ନାହାନ୍ତି । ଏହାପରେ ସେ ସେହି ସ୍ଥାନରେ ଏକ ପିଜା ସପ୍ ଖୋଲିବାକୁ ନିଷ୍ପତ୍ତି ନେଲେ । କିନ୍ତୁ ଏହାପରେ ଏପରି କିଛି ହେଲା ଯେ ଅଷ୍ଟନ୍ ବ୍ୟାଙ୍କରୁ ଲୋନ୍ ଆଣି ସୁଝି ନପାରିବାରୁ ତାଙ୍କୁ ତାଙ୍କ ଘର ଅଧା ମୂଲ୍ୟରେ ବିକିବାକୁ ପଡ଼ିଲା । ଅଷ୍ଟିନ୍ ଏହି ଘର ଜଣେ ବିଲ୍ଡରଙ୍କୁ ୭ ଲକ୍ଷ ୫୦ ହଜାର ଡଲାରରେ ବିକ୍ରି କରିଦେଲେ।

  • ନମ୍ବର ୪: ୟାଙ୍ଗ୍‌

Yaang House of China

ଏହି ଘରକୁ ଦେଖିଲେ ଏପରି ଲାଗେ ଯେପରି ଏଠାରେ ବନ୍ୟା ଆସିବା କରଣରୁ ଏହାର ଅବସ୍ଥା ଏପରି ହୋଇଛି । କିନ୍ତୁ ଏହି ଘରର ମାଲିକ ଏହାକୁ ବିକ୍ରି କରିବାକୁ ମନା କରିଦେଇଥିଲେ । ଚାଇନାର ଯେଉଁ ଜାଗାରେ ଏହି ଘର ରହିଛି ସେଠାରେ ଚାଇନିଜ୍ ସରକାର ଏକ ଇଣ୍ଡଷ୍ଟ୍ରିଆଲ ପାର୍କ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ୟାଙ୍ଗଙ୍କ ପଡ଼ୋଶୀମାନେ ସରକାରଙ୍କ ଆଗରେ ହାର୍ ମାନି ନିଜ ଘର ଦେଇ ଦେଇଥିଲେ କିନ୍ତୁ ୟାଙ୍ଗ ସରକାରଙ୍କୁ କୋର୍ଟ ନେଇଯାଇଥିଲେ । ସରକାରୀ କର୍ମଚାରୀ ୟାଙ୍ଗ ଘରର ପାଣି ସପ୍ଲାଏ , ଇଲେକ୍ଟ୍ରି ସପ୍ଲାଏ ସବୁକିଛି କାଟି ଦେଲେ । ଏପରିକି ୟାଙ୍ଗକୁ ପାଣି ଆଣିବା ପାଇଁ ୧ କିଲୋମିଟର ଯିବାକୁ ପଡ଼ୁଥିଲା ଏବଂ ରାତିରେ ମହମବତୀ ଲାଇଟ୍‌ରେ ରହିବାକୁ ପଡ଼ୁଥିଲା । ଆଉ ଶେଷରେ ୨ ବର୍ଷ କେସ୍ ଲଢିବା ପରେ କୋର୍ଟ ୟାଙ୍ଗ ପକ୍ଷରେ ରାୟ ଶୁଣାଇଥିଲେ ।

  • ନମ୍ବର ୩: ମେସ୍ ଫିଲ୍ଡ

Edith Macefield House Washington

ୱାଶିଂଟନ୍ ଏକ ଛୋଟ ସହର ଯାହାର ନା ସିଏଟର୍ । ସେଠାରେ ରହିଛି ଏକ ସପିଂ ମଲ୍ ଯେଉଁଠାରେ ଏକ ଅଜବ ସ୍ଥାନ ଦେଖିବାକୁ ମିଳେ । କିନ୍ତୁ ପାଖରୁ ଦେଖିଲେ ଏହା ଜଣା ପଡ଼େ କି ଏହି ମଲ୍ ଏକ ଛୋଟ ଘରର ଆଖପାଖରେ ନୀର୍ମାଣ ହୋଇଛି । ଘଟଣା ୨୦୦୬ର , ଯେତେବେଳେ ଏହି ଘରେ ଜଣେ ୮୪ ବର୍ଷୀୟା ମହିଳା ଏକୁଟିଆ ରହୁଥିଲେ । ଯାହାଙ୍କ ନାଁ ଥିଲା ଏଡିଥ୍‌ ମେସ୍‌ଫିଲ୍ଡ । ଯେତେବେଳେ ଏହି ସ୍ଥାନ କମର୍ସିଆଲ ହୋଇଯାଇଥିଲା ସେତେବେଳେ ବିଲ୍ଡର ଏହାକୁ ଶପିଂ ମଲ୍ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ସେ ବାକି ଲୋକଙ୍କ ଜାଗାକୁ ତ ହାସଲ କରିନେଲେ କିନ୍ତୁ ମେସ୍‌ଫିଲ୍ଡ ସେଠାରୁ ହଟିବାର ନାଁ ହିଁ ନେଉନଥିଲେ । ଏମିତି ବି ୧ ମିଲିୟନ୍ ଡଲାର୍‌ ବି ଆଡ଼େଇ ଦେଇଥିଲେ । ତେବେ ଶେଷରେ ବିଲ୍ଡର ଖାତୁନ୍‌ଙ୍କୁ ହଇରାଣ ନକରି ତାଙ୍କ ଘରକୁ ଛାଡ଼ି ସମ୍ପୂର୍ଣ୍ଣ ଅଞ୍ଚଳକୁ ମଲ୍ ବନାଇ ଦେଇଥିଲେ । ୨ ବର୍ଷ ପରେ ମେସ୍‌ଫିଲ୍ଡଙ୍କର ମୃତ୍ୟୁ ହୋଇଯାଇଥିଲା । ତାଙ୍କର ଏକ ଡାଏରୀରେ ଲେଖାଥିଲା ମୋର ଏହି ଘର ବିଲ୍ଡରଙ୍କୁ ଗିଫ୍ଟ ଆକାରରେ ଦିଆଯାଉ । ବିଲ୍‌ଡ଼ର ଆଜି ବି ଏହି ଘରକୁ ଦେଖାଶୁଣା କରନ୍ତି । ଆଉ ଏହି ଘର ଏତେ ଫେମସ୍ ହୋଇଯାଇଛି ଯେ ଲୋକ ଏଠାକୁ ସେଲ୍ଫି ନେବାକୁ ଆସୁଛନ୍ତି ।

  • ନମ୍ବର ୨: ଲୁଓ ବାଓଜେନ୍‌

luo baogen house

ଗୋଟିଏ କୋଠାର ଭଙ୍ଗା ଅଂଶ ଏକ ନୂତନ ରାସ୍ତା ମଝିରେ ରହିଛି । ଏହି ବିଲ୍ଡିରେ ଅନେକ ଫ୍ଲାଟ୍ ରହିଥିଲା । ଯେଉଁଥିରେ ଜଣେ ବୃଦ୍ଧ ଦମ୍ପତି ରହୁଥିଲେ । ଯେତେବେଳେ ସରକାରଙ୍କୁ ଏଠାରେ ରାସ୍ତା ନିର୍ମଣ କରିବାର ଥିଲା । ସେତେବେଳେ ବାକି ଲୋକ ଟଙ୍କା ନେଇ ଜାଗା ଖାଲି କରି ଦେଇଥିଲେ । କିନ୍ତୁ ଲୁଓ ବାଓଜେନ୍ ଓ ତାଙ୍କ ସ୍ତ୍ରୀ ଫ୍ଲାଟ ନଛାଡ଼ିବାକୁ ସିଧା ସିଧା କହି ଦେଇଥିଲେ ଏବଂ ସେହି ଭଙ୍ଗା ଫ୍ଲାଟରେ ରହିଲେ । ବାଧ୍ୟରେ ସରକାରଙ୍କୁ ସେହି ଫ୍ଲାଟ୍ ସହ ପାଖ ରୁମ୍ ଛାଡ଼ିବାକୁ ପଡ଼ିଲା , ଆଉ ବାକି ଅଶଂରେ ରାସ୍ତା ନିର୍ମାଣ କରି ଦିଆଗଲା ।

  • ନମ୍ବର ୧: ଫାର୍ମ ହାଉସ୍ ଇନ୍ ଏୟାର୍‌ପୋର୍ଟ

Narita's history of conflict Fight or flight

ଜାପାନର ନରିତା ଏୟାର୍ ପୋର୍ଟ ମଝିରେ ଏକ ଫାର୍ମ ରହିଛି । ଯେତେବେଳେ ଜାପାନ ସରକାର ଏଠାରେ ଏୟାରପୋର୍ଟ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଥିଲେ ସେଠାରେ ଥିବା କୃଷକମାନେ ସେମାନଙ୍କ ଜମି ଦେବାକୁ ସିଧା ସଳଖ ସରକାରଙ୍କୁ ମନା କରି ଦେଇଥିଲେ । ଆଉ ଏପରି ଅନେକ କୃଷକମାନେ ବି ଏକାଠି ହୋଇ ଆନ୍ଦୋଳନ ମଧ୍ୟ କରିଥିଲେ । କୋର୍ଟରେ ବହୁ ସମୟ ଧରି କେସ୍ ବି ଚାଲିଲା । ଶେଷରେ କୃଷକଙ୍କ ସପକ୍ଷରେ ହିଁ ରାୟ ଆସିଗଲା । ଆଉ ସରକାରଙ୍କୁ ବାଧ୍ୟ ହୋଇ ଗୋଟିଏ ରନ୍‌ୱେ ନିର୍ମାଣ କରିବାକୁ ପଡ଼ିଲା । ଆଉ ଆଜି କୃଷକମାନେ ଏୟାରପୋର୍ଟର ଠିକ୍ ମଝିରେ ରହୁଛନ୍ତି । ଆଉ ସେମାନଙ୍କ ଘର କିମ୍ବା ଚାଷ ଜମିରେ ଛିଡ଼ା ହେଲେ ରନ୍‌ୱେରେ ଛିଡ଼ା ହେବା ଭଳି ମନେ ହୁଏ ।

ଏହି କିଛି ଲୋକଙ୍କଠାରୁ ଜଣାପଡ଼େ ବାସ୍ତବରେ ଲୋକଙ୍କ ମନରେ ଆଜି ବି ନିଜ ଘର ପାଇଁ ଏଭଳି ଭଲ ପାଇବା ରହିଛି । ଯାହା ଆଗରେ କୋଟି କୋଟି ଟଙ୍କା ବି ହାର୍ ମାନି ଯାଇଛି ଆଉ ସେହି ଘର ଆଜି ଗୋଟିଏ ଗୋଟିଏ ଇତିହାସରେ ଲିପିବଦ୍ଧ ହୋଇଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com