ଓଡ଼ିଶା

ଭିଜିଲାନ୍ସ ଜାଲରେ ଜିଆରଏସ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ

ସୁନ୍ଦରଗଡ: ଭିଜିଲାନ୍ସ ଜାଲରେ ପଡିଲେ ଜିଆରଏସ୍ ।  ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ୍ ତୁରମୁରା ଜିଆରଏସ୍‌ଙ୍କ ଘରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ କରାଯାଇଛି । ଜିଆରଏସ୍ ହେମନ୍ତ ସାହୁଙ୍କ କାର୍ଯ୍ୟାଳୟରେ ମଧ୍ୟ ଭିଜିଲାନ୍ସ ଟିମ୍ ଚଢାଉ କରିଥିବା ଜଣାପଡିଛି ।

ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏହି ଚଢାଉ କରାଯାଇଥିବା ସୂଚନା ମିଳିଛି । ଜିଆରଏସଙ୍କ କାର୍ଯ୍ୟାଳୟ ସମେତ ପୁରକାପାଲି ବାସଭବନରେ ମଧ୍ୟ ଚଢାଉ ଜାରି ରଖିଛି ଭିଜିଲାନ୍ସ ଟିମ୍ ।

ଭିଜିଲାନ୍ସର ଏକ ସ୍ଵତନ୍ତ୍ର ଟିମ୍ ଏହି ଚଢାଉ ଜାରି ରଖିଛି । ପୂର୍ବରୁ ମଧ୍ୟ ଏହି ଜିଆରଏସଙ୍କ ଘରେ ଚଢାଉ କରାଯାଇଥିଲା । ତେବେ ଏ ପର୍ଯ୍ୟନ୍ତ ଜିଆରଏସଙ୍କ ଘରୁ କେତେ ସମ୍ପତ୍ତି ଠାବ ହୋଇଛି ତାହାର ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com