ବିଜ୍ଞାନ ଓ ପ୍ରଯୁକ୍ତି

ପ୍ରକାଶ ପାଇଲା ୨୦୨୦ ମସିହା ଓଡିଶା ସିଭିଲ ସର୍ଭିସ ପରୀକ୍ଷା ଫଳ

ଭୁବନେଶ୍ୱର, ୦୭ /୧୦/୨୦୨୨-  ଓପିଏସସି ପକ୍ଷରୁ ପ୍ରକାଶ ପାଇଲା ୨୦୨୦ ମସିହା ଓଡିଶା ସିଭିଲ ସର୍ଭିସ ପରୀକ୍ଷା ଫଳ । ଏହି ପରୀକ୍ଷାରେ ତେଜସ୍ୱିନୀ ବେହେରା ଟପ୍ପର ହୋଇଛନ୍ତି । ସେହିଭଳି ଦ୍ୱିତୀୟ ସ୍ଥାନରେ ଶୁଭଙ୍କରୀ ସୁଦେଷ୍ଣା ଦାସ, ତୃତୀୟ ସ୍ଥାନରେ ଅନନ୍ୟା ସୃଷ୍ଟି ଶତପଥୀ ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଦେବବ୍ରତ କର ଚତୁର୍ଥ, ଦେବବ୍ରତ ମହାରଣା ପଞ୍ଚମ , ଅଭିସ୍ମିତା ତିୱାରୀ ଷଷ୍ଠ, ଶୁଭଶ୍ରୀ ରଥ ସପ୍ତମ,  ଶ୍ରୀତପା ମିଶ୍ର ଅଷ୍ଟମ, ବିବେକାନନ୍ଦ ଷଡଙ୍ଗୀ ନବମ ଏବଂ ତପ୍ତୀ ରାଜ ଦଶମ ସ୍ଥାନରେ ରହିଛନ୍ତି ।

ପ୍ରଥମ ତିନି ସ୍ଥାନରେ ମହିଳା ରହିବା ସହ  ଟପ-୧୦ରେ ୭ ମହିଳା ସ୍ଥାନ ପାଇଛନ୍ତି । କୃତକାର୍ଯ୍ୟ ହୋଇଥିବା ୩୯୨ ଜଣଙ୍କ ମଧ୍ୟରେ ୧୪୮ ମହିଳା ରହିଛନ୍ତି । ଓସିଏସ – ୨୦୨୦ର ସାକ୍ଷାତକାର ପରୀକ୍ଷା ଗତ ମାସ ୧୯ ଓ ୩୦ ତାରିଖରେ ଅନୁଷ୍ଠିତ ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com