ଜାତୀୟ

ଆସାମ ବନ୍ୟାରେ ଗଲାଣି ୧୩୪ ଜୀବନ

ଆସାମରେ ବନ୍ୟା କମିଛି । ହେଲେ ଲୋକଙ୍କ ଦୁର୍ଦ୍ଦଶା କମିନି । ଏବେବି ଲକ୍ଷଲକ୍ଷ ଲୋକ ପାଣି ଘେରରେ ଅଛନ୍ତି । ଅନ୍ୟଦିଗରେ ସରକାର ମଧ୍ୟ ବନ୍ୟପୀଡିତଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଉଛନ୍ତି । ଏହାମଧ୍ୟରେ ବନ୍ୟା କାରଣରୁ ରାଜ୍ୟରେ ୧୩୪ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି । ରାଜ୍ୟର ବିପର୍ଯ୍ୟୟ ପରିଚାଳନା ଅଧିକାରୀଙ୍କ କହିବାନୁସାରେ, ସୋମବାର ବନ୍ୟା ପାଇଁ ୮ ଜଣ ପ୍ରାଣ ହରାଇଛନ୍ତି । ୨୧ ଲକ୍ଷରୁ ଅଧିକ ଲୋକ ଏବେବି ପାଣି ଘେରରେ ରହିଛନ୍ତି । ମୃତକଙ୍କ ସଂଖ୍ୟା ବଢିବା ପରେ ମୋଟ୍ ମୃତ୍ୟୁସଂଖ୍ୟା ୧୩୪ ଛୁଇଁଛି । ଆହୁରି ମଧ୍ୟ ଜଣାପଡିଛି ଯେ,ପୂର୍ବରୁ ୨୮ ଜିଲ୍ଲାର ୨୨ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ । ଏବେ ୨୨ ଜିଲ୍ଲା ପ୍ରଭାବିତ ଅଛି । ଅଧିକାଂଶ ନୀଦର ଜଳସ୍ତର କମିଛି । ନଗାଓଁ, କଛାରରେ ବାରାକ ଓ କୁସିୟାରାରେ ପାଣି ତଳକୁ ଖସିଛି । ପୀଡିତଙ୍କୁ ବାୟୁସେନା ଜରିଆରେ ଖାଦ୍ୟ ପୁଡିଆ ଯୋଗାଇ ଦିଆଯାଉଛି । ଅନ୍ୟ ଆବଶ୍ୟକୀୟ ବସ୍ତୁ ମଧ୍ୟ ଆକାଶ ମାର୍ଗ ଯୋଗେ ପଠାଯାଉଛି। ତେବେ ବନ୍ୟା ପାଇଁ ୭୪,୬୫୫ ହେକ୍ଟର ଫସଲ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୨୭୭୪ ପଶୁଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com