ଜାତୀୟରାଜନୀତି

ବିଜେପି ନେତାଙ୍କ ବିବାଦୀୟ ବୟାନ, ତ୍ରିରଙ୍ଗା ବଦଳରେ ଉଡ଼ିବ ଗେରୁଆ ପତାକା

ବେଙ୍ଗାଲୁରୁ: ଭବିଷ୍ୟତରେ ଦେଶରେ ଜାତୀୟ ପତାକା ତ୍ରିରଙ୍ଗା ବଦଳରେ ଉଡିବ ଗେରୁଆ ପତାକା। କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା କେଏସ ଈଶ୍ଵରପ୍ପା ଏପରି ବିବାଦୀୟ ବୟାନ ଦେଇ କହିଛନ୍ତି ଯେ, ତ୍ୟାଗ ଏବଂ ବଳିଦାନର ପ୍ରତୀକ ହେଉଛି ଗେରୁଆ ପତାକା। ଆମ ଦେଶରେ ଗେରୁଆ ପତାକାକୁ ଦୀର୍ଘ ସମୟରୁ ସମ୍ମାନ ଦିଆଯାଉଛି। ହଜାର ହଜାର ବର୍ଷ ଧରି ଏହାର ଇତିହାସ ରହିଛି। ଆରଏସଏସରେ ଆମେ ଗେରୁଆ ପତାକା ସାମ୍ନାରେ ପ୍ରାର୍ଥନା କରୁ ଏବଂ ଏହାର ସଂସ୍କୃତି ଆମ ପାଇଁ ବହୁ ଗୁରୁତ୍ଵ ବହନ କରୁଛି। ଦିନ ଆସିବ ଗେରୁଆ ପତାକା ଦେଶର ଜାତୀୟ ପତାକାର ମାନ୍ୟତା ପାଇବ ଏବଂ ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ବିଜେପି ନେତା କହିଛନ୍ତି। କଂଗ୍ରେସ ଅନୁସାରେ ଆମେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିବୁ ନାହିଁ। ଆମ ସମ୍ବିଧାନ ଅନୁସାରେ ତ୍ରିରଙ୍ଗା ଆମର ଜାତୀୟ ପତାକା ଏବଂ ଏହା ସମ୍ମାନ ପାଇବାର ହକଦାର ବୋଲି ବିଜେପି ନେତା କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com