ଜାତୀୟ

କେନ୍ଦ୍ରୀୟ ବଜେଟ୍‌ ୨୦୨୨-୨୩ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ() ଆଜି ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କର ଚତୁର୍ଥ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରୁଛନ୍ତି। ସାମ୍ପ୍ରତିକ କ‌ୋଭିଡ୍‌-୧୯ ପରିସ୍ଥିତିରେ ଏହା ହେଉଛି ଦେଶର ଦ୍ବିତୀୟ କାଗଜରହିତ ବଜେଟ୍‌। ଜାତୀୟ ସଙ୍କେତ ଥିବା ଏକ ଲାଲ୍‌ ରଙ୍ଗର କଭର୍‌ ମଧ୍ୟରେ ଅର୍ଥମନ୍ତ୍ରୀ ‘ଟ୍ୟାବ୍‌ଲେଟ୍‌’ରେ ଥିବା ବଜେଟ୍‌ ଧରି ଆସିଛନ୍ତି।

ସରକାରଙ୍କର ପରବର୍ତ୍ତୀ ଟାର୍ଗେଟ୍‌ ହେଉଛି ୬୦ ଲକ୍ଷ କର୍ମନିଯୁକ୍ତି ସୃଷ୍ଟି। ୧୪ଟି ‘ପିଏଲ୍‌ଆଇ’ ସେକ୍ଟର୍‌ ୬୦ ଲକ୍ଷ ନୂଆ କର୍ମସଂସ୍ଥାନ ସୃଷ୍ଟି କରିବା ସହ ଆଗାମୀ ୫ ବର୍ଷରେ ଅତିରିକ୍ତ ୩୦ ଲକ୍ଷ କୋଟି ଟଙ୍କା ଉତ୍ପାଦନ କରିବ।

ଉତ୍କୃଷ୍ଟ ମାନର ଭିତ୍ତିଭୂମି ପାଇଁ ଗତି ଶକ୍ତି ମାଷ୍ଟର୍‌ ପ୍ଲାନ୍‌ ବ୍ୟବସ୍ଥା କରାଯାଇଛି। ଖୁବ୍‌ ଶୀଘ୍ର ‘ଏଲ୍‌ଆଇସି’ର ପବ୍ଲିକ୍‌ ଇସ୍ୟୁ ଜାରି ହେବ। ସରକାର ନାଗରିକ-କେନ୍ଦ୍ରିକ ସଂସ୍କାର ଉପରେ ଗୁରୁତ୍ବାରୋପ କରିଥିବାରୁ ଆଗାମୀ ୨୫ ବର୍ଷରୁ ଊର୍ଦ୍ଧ୍ବ ସମୟ ପର୍ଯ୍ୟନ୍ତ ଆର୍ଥିକ ସଂସ୍କାର ଉପରେ ଏହି ବଜେଟ୍‌ର ଲକ୍ଷ୍ୟ ରହିବ।

ଚଳିତ ଆର୍ଥକ ବର୍ଷରେ ଭାରତ ୯.୨% ଅଭିବୃଦ୍ଧି ଆଶା କରୁଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com