ଓଡ଼ିଶାଜାତୀୟରାଜନୀତି

ଭୁବନେଶ୍ୱରରେ ପହଞ୍ଚିଲେ ବିଜେପିର ଓଡିଶା ପ୍ରଭାରୀ ସୁନିଲ ବଂଶଲ

ଭୁବନେଶ୍ୱର, ୦୫/୦୯/୨୦୨୨-   ବିଜେପିର ଓଡିଶା ପ୍ରଭାରୀ ସୁନିଲ ବଂଶଲ ୨ ଦିନିଆ ଓଡିଶା ଗସ୍ତରେ ଆସି ସୋମବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟ ବିଜେପି ତରଫରୁ ତାଙ୍କୁ ସ୍ୱାଗତ କରାଯାଇଥିଲା ବିମାନ ବନ୍ଦରରେ ଓହ୍ଲେଇବା ପରେ ସିଧା ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯାଇଛନ୍ତି ସୁନିଲ୍ ।

ଆଗକୁ ୨୦୨୪ ସାଧାରଣ ନିର୍ଵାଚନ ଥିବାବେଳେ ଏହି ଗସ୍ତରେ ରାଜ୍ୟ ସଭାପତି, ରାଜ୍ୟ ସାଧାରଣ ସମ୍ପାଦକ, ଦଳର ବରିଷ୍ଠ ନେତାଙ୍କ ସହ  ନିର୍ଵାଚନୀ ରଣନୀତି ଉପରେ ସୁନିଲ ଆଲୋଚନା କରିବେ । ଓଡିଶା ରାଜ୍ୟ ବିଜେପି ପ୍ରଭାରି ରୂପେ ଦାୟିତ୍ୱ ନେବା ପରେ ଏହା ତାଙ୍କର ପ୍ରଥମ ଓଡିଶା ଗସ୍ତ ।

Related Articles

Back to top button
WP Twitter Auto Publish Powered By : XYZScripts.com