ଜାତୀୟ

ପଶ୍ଚିମବଙ୍ଗର ରାଜ୍ୟପାଳଙ୍କୁ ତୁରନ୍ତ ପଦରୁ ହଟାଇଯାଉ, ହାଇକୋର୍ଟରେ ଯାଚିକା ଦାୟର

କୋଲକାତା() ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକଡ଼ଙ୍କୁ ତାଙ୍କ ପଦବୀରୁ ତୁରନ୍ତ ହଟାଇବା ପାଇଁ କୋଲକାତା ହାଇକୋର୍ଟେରେ ଏକ ରିଟ୍ ପିଟିସନ ଦାୟର କରାଯାଇଛି। ରାଜ୍ୟପାଳଙ୍କ ବିରୋଧରେ ଏହି ରିଟ୍ ପିଟିସନ ରାମ ପ୍ରସାଦ ସରକାର ନାମକ ଜଣେ ଓକିଲ ଦାୟର କରିଛନ୍ତି । ଏହି ଯାଚିକା ଉପରେ ହାଇ କୋର୍ଟ ଚଳିତ ଫେବୃଆରୀ ୧୧ ତାରିଖ ଶୁଣାଣି କରିବେ। ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧନକଡ଼ଙ୍କ ମଧ୍ୟରେ ତିକ୍ତତା କ୍ରମେ ବୃଦ୍ଧି ପାଇବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟପାଳଙ୍କ ଉପରେ ପୋଲିସ ଅଧିକାରୀଙ୍କୁ ଧମକାଇବା ଅଭିଯୋଗ ଆଣି ଟୁଇଟରରେ ତାଙ୍କୁ ବ୍ଲକ କରି ଦେଇଥିଲେ।

ଧନକଡ଼ ଏହାର ଜବାବ ଦେଇଥିଲେ ଓ ମନେ ପକାଇଥିଲେ କି ରାଜ୍ୟର ପ୍ରଶାସନିକ ମାମଲା ଓ ଆଇନ ପ୍ରସ୍ତାବ ସମ୍ବନ୍ଧିତ ସୂଚନା ପ୍ରଦାନ  କରିବା ସମ୍ବିଧାନର ଅନୁଚ୍ଛେଦ ୧୬୭ ଅଧିନରେ ମୁଖ୍ୟମନ୍ତ୍ରୀଙ୍କର ସାମ୍ବିଧାନିକ କର୍ତ୍ତବ୍ୟ ଅଟେ। ରାଜ୍ୟରେ କୌଣସି ନା କୌଣସି ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ମଧ୍ୟରେ ତୁ ତୁମ ମେଁ ମେଁ ଜାରି ରହିଛି।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗଣମାଧ୍ୟମ କର୍ମଚାରୀମାନଙ୍କ ଉପସ୍ଥିତିରେ ପୂର୍ବ ମେଦିନିପୁରର ପୋଲିସ ଅଧିକ୍ଷକ (ଏସପି)ଙ୍କୁ ପଚାରି ଥିଲେ କଣ ରାଜ୍ୟପାଳ ଆପଣଙ୍କୁ ଫୋନ କରିଥିଲେ? ଏହା ଏକ ଗମ୍ଭୀର ପ୍ରସଙ୍ଗ ଯାହା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଏହାକୁ ନେଇ ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନକଡ଼ ଶୁକ୍ରବାର ଟୁଇଟ୍ କରି କହିଥିଲେ, ‘କଣ ଚିନ୍ତା ଜନକ ପରିଦୃଶ୍ୟ ଅଟେ’।

Related Articles

Back to top button
WP Twitter Auto Publish Powered By : XYZScripts.com