କ୍ରୀଡ଼ା

ଚେନ୍ନାଇ ସୁପର କିଙ୍ଗ୍ସକୁ ଲାଗିପାରେ ବଡ଼ ଝଟକା, IPL 2022ରୁ ବାଦ୍ ପଡ଼ି ପାରନ୍ତି ରବୀନ୍ଦ୍ର ଜାଡ଼େଜା

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗ୍ସକୁ ଲାଗିପାରେ ବଡ ଝଟକା। ଦଳରୁ ବାଦ୍ ପଡି ପାରନ୍ତି ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର  ଜାଡେଜା। ଆହତଜନିତ ସମସ୍ୟା କାରଣରୁ ଜାଡେଜା ଚଳିତ ଆଇପିଏଲରୁ ବାହାରି ପାରନ୍ତି ବୋଲି ଗଣମାଧ୍ୟମ ରିପୋର୍ଟରୁ ପ୍ରକାଶ। ଚେନ୍ନାଇ ଦଳରେ ପୂର୍ବରୁ ମଧ୍ୟ ଅନେକ ପରିବର୍ତ୍ତନ ହୋଇ ସାରିଛି। ପୂର୍ବରୁ ଦୀପକ ଚହର ଆହତ କାରଣରୁ ଟୁର୍ଣ୍ଣାମେଣ୍ଟରୁ ବାହାରି ସାରିଛନ୍ତି।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷ ମ୍ୟାଚରେ ଫିଲ୍ଡିଂ ସମୟରେ ଜାଡେଜା ଆହତ ହୋଇଥିଲେ। ଏହି ମୁକାବିଲାରେ ଚେନ୍ନାଇ ପରାଜିତ ହୋଇଥିଲା। ଆହତ କାରଣରୁ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ ମଧ୍ୟ ଖେଳି ପାରିନଥିଲେ ଜାଡେଜା। ଏବେ ସେ ପୂରା ଟୁର୍ଣ୍ଣାମେଣ୍ଟରୁ  ବାଦ୍ ପଡି ପାରନ୍ତି ବୋଲି ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟରୁ ପ୍ରକାଶ।

ଗୁରୁବାର ଚେନ୍ନାଇ ସୁପର କିଙ୍ଗ୍ସର ମୁକାବିଲା ମୁମ୍ବାଇ ଇଣ୍ଡିଆନ୍ସ ସହ ରହିଛି। ଏମିତିରେ ଦଳ ପ୍ରବନ୍ଧକ ଜାଡେଜାଙ୍କୁ ନେଇ ରିସ୍କ ନେବାକୁ ଚାହୁଁ ନାହାନ୍ତି। ଏମିତିରେ ଚେନ୍ନାଇ ନିକଟରେ ଆଇପିଏଲ ୨୦୨୨ର ପ୍ଲେ ଅଫରେ ପହଞ୍ଚିବାର ସୁଯୋଗ ରହିଛି। ବେଙ୍ଗାଲୁରୁ କିମ୍ବା ରାଜସ୍ଥାନ ରୟାଲ୍ସ ଗୋଟିଏ ମ୍ୟାଚ୍ ଜିତି ଯାଆନ୍ତି ତେବେ ଚେନ୍ନାଇ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିବା ନିଶ୍ଚିତ।

Related Articles

Back to top button
WP Twitter Auto Publish Powered By : XYZScripts.com