ଓଡ଼ିଶା

ଶାଳକଙ୍କୁ ଗାଡି ଚଢାଇ ହତ୍ୟା ଉଦ୍ୟମ ଘଟଣା : ଅଭିଯୁକ୍ତ ଆଇନଜୀବୀ ଭିଣୋଇ ଗିରଫ

ସମ୍ବଲପୁର: ସମ୍ବଲପୁର କଚେରୀ ଛକରେ ନିଜ ଶାଳକଙ୍କୁ ଗାଡି ଚଢାଇ ମାରିବାକୁ ଉଦ୍ୟମ ଘଟଣାରେ ଅଭିଯୁକ୍ତ ଭିଣୋଇ ପଞ୍ଚାନନ ଦାସ ଗିରଫ । ଅଭିଯୁକ୍ତ ଜଣକ ଆଇନଜୀବୀ ହୋଇଥିବାରୁ ତାଙ୍କୁ ସମ୍ବଲପୁର ବାର୍ ଆସୋସିଏସନରୁ ନିଲମ୍ବିତ କରାଯାଇଛି । ଏନେଇ ବାର୍ ଆସୋସିଏସନ୍ ଏକ ପତ୍ର ନୋଟିସ ମାଧ୍ୟମରେ ଜଣାଇଛି । ତେବେ ଅଭିଯୁକ୍ତ ଜଣକ ସେହି ସମୟରେ ନିଜ ଶ୍ବଶୁରଙ୍କୁ ମଧ୍ୟ ଗାଡି ଚଢାଇ ମାରିବାକୁ ଉଦ୍ୟମ କରିଥିଲେ ।

ପାରିବାରିକ ଗଣ୍ଡଗୋଳ ପାଇଁ ବାର୍ ସଭାପତିଙ୍କୁ ତାଙ୍କ ଶଳା ସୌମ୍ୟ ଦାସ, ଶ୍ବଶୁର ଓ ସ୍ତ୍ରୀ ଚିନ୍ମୟୀ ମହାପାତ୍ର ଭେଟିବାକୁ ଆସିଥିଲେ । ଏହି ସମୟରେ ଅଭିଯୁକ୍ତ ଭିଣୋଇ ଗାଡି ଚଢାଇ ମାରିବାକୁ ଉଦ୍ୟମ କରିଥିଲେ । ତେବେ ଏଥିରେ ଅନ୍ୟ କିଛି ଜଣ ମଧ୍ୟ ଆହତ ହୋଇଛନ୍ତି । ପୂର୍ବରୁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଯୋଗୁଁ ସ୍ତ୍ରୀ ୬ ମାସ ହେଲା ବାପଘରେ ରହୁଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com