ଓଡ଼ିଶା

ଦଳ ବିରୋଧୀଙ୍କ ବିରୋଧରେ ଆକ୍ସନ, ୨ ନେତାଙ୍କୁ ବିଜେଡିରୁ ବିଦା କଲେ ସୁପ୍ରିମୋ

ଭୁବନେଶ୍ୱର()  ବିଜୁ ଜନତା ଦଳର ଆକ୍ସନ । ଦଳ ବିରୋଧୀ କାର୍ଯ୍ୟ ପାଇଁ ଆଠମଲ୍ଲିକ ଏନ୍‌ଏସ୍‌ସିର ନିହାର ହୋତା ଓ ସନ୍ତୋଷ ହୋତାଙ୍କୁ ନିଲମ୍ବନ କରିଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ଏନେଇ ଦଳ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଖବର ଅନୁଯାୟୀ, ଏହି ଦୁହିଁଙ୍କ ନାଁରେ ଦଳ ବିରୋଧୀ କାର୍ଯ୍ୟ ନେଇ ଅଭିଯୋଗ ଆସିଥିଲା । ଏହାପରେ ଦଳ ପକ୍ଷରୁ ଆରମ୍ଭ ହୋଇଥିଲା ଖୋଲତାଡ଼ । ଶେଷରେ ବୁଧବାର ଦିନ ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଆଠମଲ୍ଲିକ ଏନ୍‌ଏସ୍‌ସିର ନିହାର ହୋତା ଓ ସନ୍ତୋଷ ହୋତାଙ୍କୁ ନିଲମ୍ବନ କରିଛନ୍ତି । ଏହି ଆଦେଶକୁ ତୁରନ୍ତ ଲାଗୁ କରିବା ନେଇ ମଧ୍ୟ ନୋଟିସ୍‌ରେ ଉଲ୍ଲେଖ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com