ଓଡ଼ିଶା

ବଜ୍ରକାପ୍ତା ଡିଲ୍ ବେଳେ ମାଡ଼ି ବସିଲା ଟିମ୍, ଉଦ୍ଧାର ହେଲା ୧୧ କେଜିର ଜୀବନ୍ତ ବଜ୍ରକାପ୍ତା

ବଲାଙ୍ଗୀର: ବଲାଙ୍ଗୀର ତୁଷୁରା ଅଇଁଠାପାଲିରେ ବଜ୍ରକାପ୍ତା ବିକ୍ରି ଡିଲ୍ ବେଳେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଛି । ଏସଟିଏଫ୍ ଓ ବଲାଙ୍ଗୀର ବନ ବିଭାଗର ମିଳିତ ଚଢ଼ାଉରେ ୨ ଜଣ ଜଙ୍ଗଲୀ ତସ୍କରଙ୍କୁ ଗିରଫ କରାଯାଇଛି । ଏହି ଚଢ଼ାଉରେ ୧୧ କେଜିର ପାଙ୍ଗୋଲିନ ଜବତ ହୋଇଛି । ଗିରଫ ହୋଇଥିବା ୨ ଜଙ୍ଗଲୀ ତସ୍କର ହେଉଛନ୍ତି ଖଇଲାପଲ୍ଲୀର ହେମସାଗର ମହାନନ୍ଦ ଓ ଅଇଁଠାପଲ୍ଲୀର ଲକ୍ଷ୍ମୀଧର ନାୟକ । ତେବେ ଜବତ ହୋଇଥିବା ବଜ୍ରକାପ୍ତାକୁ ବଲାଙ୍ଗୀର ଡିଏଫଓଙ୍କୁ ହସ୍ତାନ୍ତର କରାଯାଇଛି ।

ବର୍ତ୍ତମାନ ସୁଦ୍ଧା ଏସଟିଏଫ୍ ୨୬ଟି ବାଘଛାଲ, ୨ଟି ବାଘ ଦାନ୍ତ, ୨୯ଟି ବାଘ ନଖ, ୧୫ଟି ହାତୀ ଦାନ୍ତ, ୭ଟି ହରିଣ ଛାଲ, ୧୨ଟି ଜୀବନ୍ତ ବଜ୍ରକାପ୍ତା, ୨୩ କେଜି ବଜ୍ରକାପ୍ତା କାତି ଓ ୪୬ଟି ଜଙ୍ଗଲୀ ସୁଆ ଜବତ କରିଛି । ସେହିପରି ୬୩ ଜଣ ଜଙ୍ଗଲୀ ତସ୍କରଙ୍କୁ ଗିରଫ କରିବାରେ ସଫଳ ହୋଇଛି ଏସଟିଏଫ୍ ।

Related Articles

Back to top button
WP Twitter Auto Publish Powered By : XYZScripts.com