ଓଡ଼ିଶା

ବଢ଼ୁଛି ହୀରାକୁଦ ଜଳସ୍ତର, ଅଧିକ ଗେଟ ଖୋଲିବା ସମ୍ଭାବନା

ସମ୍ବଲପୁର, ୨୦/୦୭/୨୦୨୨- ବଢ଼ୁଛି ହୀରାକୁଦ ଜଳସ୍ତର । ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ଜଳ ଭଣ୍ଡାରକୁ ଜଳ ପ୍ରବେଶର ମାତ୍ରା ବଢିବାରେ ଲାଗିଛି । ବୁଧବାର ସକାଳ ୬ଟାରୁ ପ୍ରତି ସେକେଣ୍ଡରେ ଡ୍ୟାମ୍ ଭିତରକୁ ୧ ଲକ୍ଷ ୫୬ ହଜାର ୨୦୭ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥବାବେଳେ ୫ଟି ଗେଟ ଦେଇ ୧ ଲକ୍ଷ ୧୬ ହଜାର ୮୭ ଘନଫୁଟ ବନ୍ୟାଜଳ ନିଷ୍କାସିତ ହେଉଛି । ସେପଟେ ୨୧ ତାରିଖରୁ ବର୍ଷାର ପରିମାଣ ବଢିବା ଓ ବର୍ତ୍ତମାନ ଅଧିକ ବନ୍ୟାଜଳ ପ୍ରବେଶ କରୁଥିବାରୁ ଅଧିକ ଗେଟ ଖୋଲିବାର ସମ୍ଭାବନା ଦେଖାଦେଇଛି । ଏନେଇ ତଳିଆ ଜିଲ୍ଲାଗୁଡିକୁ ସତର୍କ ସୂଚନା ଜାରି କରିଛନ୍ତି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ । ସେପଟେ କଟକ ମୁଣ୍ଡୁଳିରେ ଧୀରେ ଧୀରେ ଅତିକ୍ରମ କରୁଛି ମହାନଦୀର ବନ୍ୟାଜଳ । ମୁଣ୍ଡୁଳିରେ ଏବେ ୧ ଲକ୍ଷ ୭୨ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ସେହିପରି ନରାଜରେ ୬୬ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉ ଥିବା ବେଳେ ଯୋବ୍ରାରେ ୧ ଲକ୍ଷ ୩ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com