Featuredଅନ୍ତର୍ଜାତୀୟ

ଜାପାନର କୂଟନୀତିଜ୍ଞଙ୍କୁ ଗିରଫ କଲା ରୁଷ

ବହୁ ସମ୍ୱେଦନଶୀଳ ତଥ୍ୟ ହାସଲ କରିବା ଅଭିଯୋଗରେ ଜଣେ ଜାପାନୀ କୂଟନୀତିଜ୍ଞଙ୍କ ନିଜ ହେପାଜକୁ ନେଇଛି ରୁଷ । ଅନ୍ୟପଟେ ଜାପାନ ଗୁଇନ୍ଦାଗିରି ଅଭିଯୋଗକୁ ଖାରଜ କରିଛି । ଏହାସହ ରୁଷ ଅଧିକାରୀଙ୍କ ଉପରେ ଅପମାନଜନକ ବ୍ୟବହାର କରି ପଚରାଉଚରା କରାଯିବାର ଅଭିଯୋଗ ଆଣି କ୍ଷମା ମାଗିବାକୁ ଦାବି କରିଛି । ରୁଷର ଅଧିକାରୀଙ୍କ କହିବା ଅନୁସାରେ, ଟଙ୍କା ଦେଇ ସମ୍ୱେଦନଶୀଳ ତଥ୍ୟ ହାସଲ କରିବା ସମୟରେ ଜାପାନର କୂଟନୀତିଜ୍ଞ ଗିରଫ ହୋଇଛନ୍ତି । ଏସିଆ-ପ୍ରଶାନ୍ତ କ୍ଷେତ୍ରର ଅନ୍ୟ କୌଣସି ଦେଶ ସହ ଯେଉଁ ତଥ୍ୟ ବାଣ୍ଟିବା ଉପରେ ରୋକ ଲଗାଯାଇଛି ସେହି ତଥ୍ୟକୁ ଜାପାନ ହାସଲ କରୁଥିବା ରୁଷ ଅଭିଯୋଗ କରିଛି । ଜାପାନର ବୈଦେଶିକ ମନ୍ତ୍ରଣାଳୟ ଅନୁସାରେ, ସେପ୍ଟେମ୍ୱର ୨୨ରେ ଜଣେ ଅଧିକାରୀଙ୍କୁ ହେପାଜତକୁ ନିଆଯାଇଥିଲା । ପରେ ତାଙ୍କର ଆଖିରେ କଳା କପଡା ବାନ୍ଧି ଜେରା କରାଯାଇଥିଲା । ଏପରିକି ତାଙ୍କ ସହ ଦୁର୍ବ୍ୟବହାର କରାଯାଇଥିଲା ଏବଂ ଆମେ ଏହାର ବିରୋଧ କରି କ୍ଷମା ଦାବି କରୁଛି । ଅନ୍ୟପଟେ ସୋମବାର ମସ୍କୋରେ ଜାପାନର ଦୂତାବାସକୁ ସୂଚନା ଦେଇ ଗୁଇନ୍ଦାଗିରିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୪୮ ଘଣ୍ଟା ଭିତରେ ଦେଶ ଛାଡିବାକୁ କୁହାଯାଇଛି । ଜାପାନର ମୁଖ୍ୟ କ୍ୟାବିନେଟ ସଚିବ ହିରୋକାଜୁ ରୁଷର ଏହି କାର୍ଯ୍ୟାନୁଷ୍ଠାନକୁ ସମ୍ପୂର୍ଣ୍ଣ ଆଧାରହୀନ ବୋଲି କହିଛନ୍ତି । ଜାପାନର ଉପବିଦେଶ ମନ୍ତ୍ରୀ ତାକିୟୋ ମୋରୀ ମଧ୍ୟ ଏହି ଘଟଣାର କଡା ବିରୋଧ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com