Breaking NewsFeaturedଓଡ଼ିଶା

ଓଡ଼ିଶାକୁ ମିଳିଛି ଅନେକ ଜିଆଇ ଟାଗ୍‌

କେନ୍ଦ୍ରାପଡା ରସାବଳିକୁ ଜିଆଇ ଟ୍ୟାଗ୍ ମିଳିବା ପରେ ଓଡିଶାରେ ଖୁସିର ଲହରୀ ଖେଳୁଛି । ଏହା ରସାବଳିକୁ ଓଡିଶା ତଥା ଭାରତରେ ଆହୁରି ଲୋକପ୍ରିୟ କରାଇବ । ତେବେ କେବଳ ରସାବଳି ନୁହେଁ ଓଡିଶାର ଏକାଧିକ ପାରମ୍ପରିକ ଖାଦ୍ୟ ଏବଂ ହସ୍ତକଳାକୁ ଜିଆଇ ଟ୍ୟାଗ ମିଳିସାରିଛି । ଆସନ୍ତୁ ନଜର ପକାଇବା ପୂର୍ବରୁ କେଉଁ ସବୁ କ୍ଷେତ୍ରରେ ଜିଆଇ ଟ୍ୟାଗ ପାଇଛି ଓଡିଶା ।
କୋଟପାଡର ହସ୍ତବୁଣା
୭ ଜୁଲାଇ ୨୦୦୮ ରେ କୋଣାର୍କ ପଥରରେ କାରୁକାର୍ଯ୍ୟ ପାଇଁ ଓଡିଶାକୁ ମିଳିଛି ଜିଆଇ ଟ୍ୟାଗ
୧୦ ଜୁଲାଇ ୨୦୦୮ରେ ଓଡିଶା ପଟ୍ଟଚିତ୍ର ହାସଲ କରିଥିଲା ଜିଆଇ ମାନ୍ୟତା
୨୦୦୮ ସେପ୍ଟେମ୍ବର ୯ରେ ପିପିଲି ଚାନ୍ଦୁଆ ପାଇଥିଲା ଜିଆଇ ଟ୍ୟାଗ
କଳାହାଣ୍ଡିର ହାବସପୁରୀ ଶାଢୀ , ବ୍ରହ୍ମପୁର ଶାଢୀ ଏବଂ ଯୋଡକୁ ୧୭ ଜୁଲାଇ ୨୦୧୨ରେ
ମିଳିଥିଲା ଜିଆଇ ଟ୍ୟାଗ ମାନ୍ୟତା
୨୦୧୯ ଏପ୍ରିଲ ୧ରେ ଜିଆଇ ଟ୍ୟାଗ ପାଇଥିଲା କନ୍ଧମାଳ ହଳଦୀ
ସେହିପରି ୨୯ ଜୁଲାଇ ୨୦୧୯ରେ ରସଗୋଲାକୁ ମିଳିଥିଲା ଜିଆଇ ଟ୍ୟାଗ । କିନ୍ତୁ ଏଥିପାଇଁ ଦୀର୍ଘ ବର୍ଷ ଧରି ଲଢେଇ କରିବାକୁ ପଡିଥିଲା ପଶ୍ଚିମବଙ୍ଗ ସହିତ । କାରଣ ପଶ୍ଚିମ ବଙ୍ଗ ଓଡିଶା ରସଗୋଲାକୁ ରସଗୁଲା ବୋଲି ଦର୍ଶାଇ ଆସୁଥିଲା । କିନ୍ତୁ ଆବଶ୍ୟକୀୟ ପ୍ରମାଣ ଦେଇ ଓଡିଶା ଏହାର ଉତ୍ପତ୍ତି ସ୍ଥଳ ଓଡିଶାର ବୋଲି ପ୍ରମାଣିତ କରି ଜିଆଇ ଟ୍ୟାଗ ନିଜ ନାମରେ କରିଥିଲା ।
ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ବାଣପୁରର ନୀଳମାଧବ କୃଷି ସଂଗଠନ ପକ୍ଷରୁ ଓୟୁଏଟି ଏହି ଜିଆଇ ଟ୍ୟାଗ୍ ପାଇଁ ଆବେଦନ କରିଥିଲେ। ସେହିପରି ଗତମାସରେ ମୟୂରଭଞ୍ଜ କାଇ ପିମ୍ପୁଡି ଚଟଣି ସହିତ ଢେଙ୍କାନାଳ ମଗଜି ଲଡୁ ଓ କୋରାପୁଟର କଳାଜିରା ଚାଉଳ ଆଦିକୁ ମିଳିଥିଲା ଜିଆଇ ଟ୍ୟାଗ।

Related Articles

Back to top button
WP Twitter Auto Publish Powered By : XYZScripts.com